ନିର୍ବାଚନ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର, କୃଷକ ସ୍ପେଶାଲ ଟ୍ରେନ୍ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ନିର୍ବାଚନ ଆୟୋଗ ତରଫରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରାଯାଇଛି । ଏହାର କିଛି ଘଣ୍ଟା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି । କୃଷକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଭାସୀ ମାଧ୍ୟମରେ ‘ଶେତକରୀ ସମୃଦ୍ଧି’ କୃଷକ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦ୍ୱାରା କୃଷକ ସହଜରେ ସେମାନଙ୍କ କୃଷି ଉତ୍ପାଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ପାରିବେ ।

କୃଷକଙ୍କ ନିମନ୍ତେ ସ୍ପେଶାଲ ଟ୍ରେନ୍ ଶୁଭାରମ୍ଭ ଅବସରରେ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘ଏହା ଏକ ପାଇଲଟ୍ ପ୍ରେଜେକ୍ଟ । ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ କୃଷକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ଆହୁରି ଟ୍ରେନ୍ ଚାଲୁ କରିବାର ଯୋଜନା ରହିଛି । ବର୍ତ୍ତମାନ ଏହି ପ୍ରୋଜେକ୍ଟ ୧୫, ୯୪୦ କୋଟି ଟଙ୍କାରେ ପହଂଚିଛି(୨୦୧୪ ପୂର୍ବରୁ ଏହା ୧୧୭୧ କୋଟି ଟଙ୍କା) ଥିଲା । ୫୮୭୦ କିମି ପରିବ୍ୟାପ୍ତ ୪୧ଟି ରେଳ ଧାରଣା ପାଇଁ ୮୧ ହଜାର କୋଟି ଟଙ୍କାର ନିବେଶ ସହ ୪୧ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।’ ଏହି କୃଷକ ସ୍ପେଶାଲ ଟ୍ରେନ୍ ମହାରାଷ୍ଟ୍ରର ଦେବଲାଲୀରୁ ବିହାରର ଦାନାପୁର ମଧ୍ୟରେ ଚଳାଚଳ କରିବ । ଟ୍ରେନ୍ ନାସିକ୍‌, ମନ୍ମାଡ, ଜଲଗାଓଁ, ଭୂସାୱଲ, ଇଟରାସୀ, ଜବଲପୁର ଏବଂ ସତନା ଭଳି ପ୍ରମୁଖ ଷ୍ଟେସନରେ ରହିବ । ଏହି ଟ୍ରେନ୍ ମାଧ୍ୟମରେ ମାଲ ପରିବହନର ମୂଲ୍ୟ ୧୫୧୫ କିଲୋମିଟର ମାର୍ଗରେ ୨୮ ପଇସା ପ୍ରତି କିଲୋ ଠାରୁ ବି କମ୍ ଅଟେ । ଏହି ହିସାବରେ ଏହା ଶୀଘ୍ର ଖରାପ ହେଉଥିବା ଉତ୍ପାଦ ଟ୍ରାନ୍ସପୋର୍ଟେସନ ପାଇଁ ବହୁତ ଲାଭଦାୟକ ଅଟେ । ଏହା ବ୍ୟତୀତ ୧୩୨ ରେଳ ଷ୍ଟେସନଗୁଡ଼ିକୁ ଅମୃତ ଷ୍ଟେସନ୍ ଭାବରେ ବିକଶିତ କରାଯାଉଥିବା ନେଇ ରେଳମନ୍ତ୍ରୀ କହିଥିଲେ । ମୁମ୍ବାଇର ବିଭିନ୍ନ ମାର୍ଗ ପାଇଁ ୧୧ ବନ୍ଦେ ଭାରତ ଟ୍ରେନକୁ ମଞ୍ଜରୀ ଦିଆଯାଇଛି । ସେ ବୁଲେଟ୍ ଟ୍ରେନ୍ ବିଷୟରେ ଅପଡେଟ୍‌ ଦେଇ କହିଛନ୍ତି କି ମୁମ୍ବାଇରୁ ଅହମଦାବାଦ ପର୍ଯ୍ୟନ୍ତ ୩୫୦ କିମି ରୁଟ୍ ସହ ୭ କିମି ଅଣ୍ଡର ୱାଟର ଟନେଲ ସହ ଡ୍ୟାମ୍ ଫାଉଣ୍ଡେସନ୍ ଏବଂ ଗର୍ଡ଼ର କାଷ୍ଟିଙ୍ଗ୍ ବିଷୟରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.