fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି UPSCର ସିଭିଲ୍ ସର୍ଭିସ୍ ପରୀକ୍ଷା ଓ ଇଞ୍ଜିନିୟରିଂ ପରୀକ୍ଷା ଜରିଆରେ ହେବ ରେଲୱେ ଅଫିସର ନିଯୁକ୍ତି

ନୂଆଦିଲ୍ଳୀ: ରେଳବାଇରେ ଅଫିସର ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)ର ସିଭିଲ ସେବା ପରୀକ୍ଷା ଓ ଇଞ୍ଜିନିୟରିଂ ସେବା ପରୀକ୍ଷା ଜରିଆରେ ହେବ ରେଲୱେ ଅଫିସର ନିଯୁକ୍ତି । ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ପରୀକ୍ଷା (ଆଇଆରଏମଏସଇ) ଜରିଆରେ ପରୀକ୍ଷା କରାଯିବା ନେଇ ପର୍ଯ୍ୟପ୍ତ ଟେକ୍ନିକାଲ ମ୍ୟାନପାୱର ଉପଲବ୍ଧୟ ହୋଇନଥିଲା । ତେଣୁ ତା’ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ୨୦୧୯ ମସିହା ଡିସେମ୍ବର ମାସରେ ଇଣ୍ଟିଗ୍ରେଟେଡ ରେଲୱେ ସର୍ଭିସକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା ।

ଏକ ରିପୋର୍ଟ ମୁତାବକ, କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପନ ଜାରି କରି ଏ ବାବଦରେ ସୂଚନା ଦିଆଯାଇଛି । ରେଳ ମନ୍ତ୍ରଣାଳୟର ପ୍ରସ୍ତାବ ଉପରେ ବିଚାର କରି ମନ୍ତ୍ରଣାଳୟରେ ଟେକ୍ନିକାଲ ଓ ନନ ଟେକ୍ନିକାଲ ମ୍ୟାନପାୱର ଉଭୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ୟୁପିଏସସି ସିଏସଇ ଓ ୟୁପିଏସସି ଆଇଏସଇ ମାଧ୍ୟମରେ ରେଲୱେ ଅଫିସର ଭର୍ତ୍ତି ନେଇ ମଞ୍ଜୁରୀ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆରଆରଏମଏସ ପୂର୍ବରୁ ୟୁପିଏସସିର ସିଭିଲ ସେବା ଓ ଇଞ୍ଜିନିୟରିଂ ସେବା ପରୀକ୍ଷା ମାମଧ୍ୟମରେ ରେଲୱେରେ ଅଫିସର ଭର୍ତ୍ତି କରାଯାଉଥିଲା ।

୨୦୨୨ରେ ଭାରତୀୟ ରେଲୱେ ପକ୍ଷରୁ ଆଇଆରଏମଏସ ପକ୍ଷରୁ ୟୁପିଏସସିକୁ ୧୫୦ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଏକ ଦାବି ପତ୍ର ମଗାଯାଇଥିଲା । ତେବେ କେବଳ ୧୩୦ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ଜଣ ମସୁରୀରେ ଏଲବିଏସଏନଏଏରେ ପ୍ରଶିକ୍ଷଣ ପାଇଁ ରିପୋର୍ଟ କରିଥିଲେ । ଅନ୍ୟପକ୍ଷରେ ଅନ୍ୟମାନେ ଅସାଧାରଣ ଅବକାଶ (ଇଓଏଲ)ର ବିକଳ୍ପ ବାଛିଥିଲେ । ଏଲବିଏସଏନଏଏରେ ରିପୋର୍ଟ କରିଥିବା ପ୍ରାର୍ଥୀମାନେ ଲକ୍ଷ୍ନୌରେ ଏକ ରେଲୱେ ସଂସ୍ଥାରେ ପ୍ରଶିକ୍ଷଣର ଅନ୍ତିମ ପର୍ଯ୍ୟାୟରେ ରହିଛନ୍ତି ।

Get real time updates directly on you device, subscribe now.