fbpx

ଟ୍ରେନରେ ବ୍ୟାନ ହେଲା ଆମିଷ, ରେଳବାଇର ବଡ଼ ଘୋଷଣା; ଜାଣନ୍ତୁ କଣ ରହିଛି କାରଣ

Advertisement

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଟ୍ରେନ୍ ରେ ଆମିଷ ନେବା ଓ ଖାଇବା ଉପରେ ରୋକ୍ ଲଗାଯିବ । ଏହି ନିୟମ ଦେଶର ସବୁ ଟ୍ରେନ୍ ପାଇଁ ଲାଗୁ ହେବ । ତେବେ ଏହି ନିୟମ ସେହି ସବୁ ଟ୍ରେନ୍ ପାଇଁ ଲାଗୁ ହେବାକୁ ଯାଉଛି ଯେଉଁ ସବୁ ଧାର୍ମିକ ସ୍ଥଳ ଅଭିମୁଖେ ଯିବା ଆସିବା କରୁଛି । ଭାରତୀୟ ରେଳବାଇ ପକ୍ଷରୁ ଏନେଇ ଘୋଷଣା କରିବା ସହିତ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ପାଇଁ କିଛି କିଛି ଟ୍ରେନ୍ ରେ ଏହା ଲାଗୁ ହୋଇଛି । ଧୀରେ ଧୀରେ ଧାର୍ମିକ ସ୍ଥଳକୁ ଯାଆସ କରୁଥିବା ସବୁ ଟ୍ରେନ୍ ପାଇଁ ଏହି ନିୟମ ଲାଗୁ କରିଦିଆଯିବ ।

ଆମିଷ ବାରଣ କରାଯାଇଥିବା ଏହି ଟ୍ରେନ୍ ଗୁଡ଼ିକୁ ସାତ୍ୱିକ ଟ୍ରେନ୍ ଭାବରେ ସାର୍ଟିଫିକେସନ୍ କରାଯିବ । ଏନେଇ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସାତ୍ୱିକ କାଉନ୍ସିଲ ଅଫ୍ ଇଣ୍ଡିଆ ସହିତ ବୁଝାମଣା କରାଯାଇଛି । କାଉନ୍ସିଲ୍ ଏହିସବୁ ଟ୍ରେନ୍ କୁ ସାର୍ଟିଫିକେଟ୍ ଦେବ । ସାର୍ଟିଫିକେସନ୍ ପରେ ଏହି ଟ୍ରେନ୍ ସବୁ ସାତ୍ୱିକ ଟ୍ରେନ୍ ହୋଇଯିବ ।

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଟ୍ରେନ୍ ରେ ପରସା ଯାଉଥିବା ଖାଦ୍ୟକୁ ଏଥିପାଇଁ ଖାଆନ୍ତି ନାହିଁ, କାରଣ ସେମାନଙ୍କ ମନରେ ଦ୍ୱନ୍ଦ ଥାଏ ଯେ, ଖାଦ୍ୟ ରେ ଆମିଷ ନା ନିରାମିଷ । ସ୍ୱଚ୍ଛତାର ସହିତ ରନ୍ଧା ଯାଇଥିବ କି ନାହିଁ? ଆମିଷ ଓ ନିରାମିଷ ଅଲଗା ଅଲଗା ରନ୍ଧାଯାଇଛି କି ନାହିଁ ? ତେଣୁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୂର କରିବାକୁ ଯାଇ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପରଠାରୁ ଟ୍ରେନ୍ ଗୁଡ଼ିକରେ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରସାଯିବ ଓ ସ୍ୱଚ୍ଛତାକୁ ଧ୍ୟାନରେ ରଖାଯିବ । ଏହି ପରିପ୍ରେକ୍ଷୀରେ ଆଇଆରସିଟିସି ପକ୍ଷରୁ ସାତ୍ୱିକ କାଉନ୍ସିଲ୍ ସହିତ ବୁଝାମଣା କରାଯାଇଛି ।

 

Get real time updates directly on you device, subscribe now.