fbpx

ରାଜ୍ୟର ୧୭ଟି ଜିଲ୍ଲାକୁ ବର୍ଷା ସତର୍କ!

Advertisement

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ରାଜ୍ୟର ୧୭ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ସେହି ୧୭ ଜିଲ୍ଲା ଯଥା- କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡ଼ା, ଯାଜପୁର, ସୁବର୍ଣ୍ଣପୁର, ମୟୂରଭଞ୍ଜ, ମାଲକାନଗିରି, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ ତୁହାକୁ ତୁହା ବର୍ଷା ହୋଇପାରେ। ୮ଟି ଜିଲ୍ଲାରେ ସ୍ୱଳ୍ପ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କୁ ୧୧ଟା ଯାଏଁ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.