fbpx

ବର୍ଷା ଜଳ ବିଶୁଦ୍ଧ ନୁହେଁ: ଏହାଦ୍ୱାରା କ୍ୟାନସର ବ୍ୟାପୁଛି, ପ୍ରଜନନ ଶକ୍ତି ହ୍ରାସ ହେଉଛି, ଛୋଟ ପିଲାଙ୍କ ବିକାଶ ହେଉନାହିଁ, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମେ ପିଲାଦିନୁ ଶୁଣି ଆସିଛୁ ଯେ, ବର୍ଷା ଜଳ ହେଉଛି ପ୍ରକୃତିର ଦାନ । ଏହା ସମ୍ପୂର୍ଣ୍ଣ ଶୁଦ୍ଧ ଆଉ ସୁରକ୍ଷିତ । ତେବେ ଏହି ଉକ୍ତ ସତ୍ୟ ନୁହେଁ । ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ବୈଜ୍ଞାନିକମାନେ । ବର୍ଷା ହେଲେ ଆମେ ଖୁସିରେ ତା’ର ମଜା ଉଠାଇ ଥାଉ ଆଉ ଦୁଇ ହାତକୁ ପ୍ରସାରିତ କରି ଆଖି ଖୋଲି ଉପରକୁ ଚାହିଁ କିଛି ସମୟ ରହିଥାଉ । ତେବେ ବର୍ଷା ଜଳ ମାଧ୍ୟମରେ ଆମର ଆଖି ଭିତରକୁ ବିଷ ପ୍ରବେଶ କରିଥାଏ । ଏହା ପରବର୍ତ୍ତୀ ସମୟରେ ଆମର ଶରୀରକୁ କ୍ଷତି ପହଞ୍ଚାଇଥାଏ ।

ଆଜି ସାରା ଦୁନିଆରେ ପ୍ରତ୍ୟେକ ଜିନିଷ କେମିକାଲ ବା ବିଷ ସହିତ ଯୋଡ଼ି ହୋଇ ଯାଇଛି । ଏପରି ସ୍ଥିତିରେ ବର୍ଷା ଜଳ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ମଣିଷ ଦ୍ୱାରା ବ୍ୟବହୃତ ହେଉଥିବା ରାସାୟନିକ ଦ୍ରବ୍ୟ ପାଇଁ ଆଜି ବର୍ଷା ଜଳ ବିଷାକ୍ତ ହୋଇଯାଇଛି । ଏଥିରେ ଫରଏଭର କେମିକାଲ ମିଶ୍ରିତ ହୋଇ ରହିଛି । ୟୁନିଭରସିଟି ଅଫ୍ ଷ୍ଟକହୋମର ଗବେଷକମାନେ କହିଛନ୍ତି, ଅଧିକାଂଶ ସ୍ଥାନରେ ବର୍ଷା ପାଣି ସୁରକ୍ଷିତ ନୁହେଁ ।

ଏହି ନୂଆ ଷ୍ଟଡିରୁ ଜଣାପଡ଼ିଛି, ଆଣ୍ଟାର୍କଟିକାରେ ରହିଥିବା ବର୍ଷା ଜଳ ମଧ୍ୟ ଅସୁରକ୍ଷିତ । ପରିବେଶ ଦ୍ୱାରା ଫରଏଭର କେମିକାଲ ନଷ୍ଟ ହୁଏ ନାହିଁ । ଏହା ନନ୍ ଷ୍ଟିକ୍ ହୋଇଥାଏ । ଏଥିରେ ଷ୍ଟ୍ରେନ ବା ଦୂଷିତ ପଦାର୍ଥକୁ ନଷ୍ଟ କରିବାର କ୍ଷମତା ରହିଥାଏ । ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ, କସମେଟିକ୍ସ ଓ ରୋଷେଇ ସାମଗ୍ରୀ ଆଦିରେ ଏହାର ଉପଯୋଗ କରାଯାଇଥାଏ ।

ବିଶ୍ୱର ପ୍ରତ୍ୟେକ ସ୍ଥାନର ବର୍ଷା ଜଳ ଅସୁରକ୍ଷିତ ଓ ପିଇବା ଯୋଗ୍ୟ ନୁହେଁ । ତେବେ ଫରଏଭର କେମିକାଲର ମାତ୍ରା ଶରୀରରେ ବଢ଼ିଲେ ଏହା ପ୍ରଜନନ କ୍ଷମତାକୁ ପ୍ରଭାବିତ କରିବା ସହ କ୍ୟାନସରର ଆଶଙ୍କା ବୃଦ୍ଧି କରିଥାଏ । ଏଥିସହିତ ଛୋଟ ଶିଶୁଙ୍କର ବିକାଶ ଠିକ୍ ଭାବେ ହୁଏ ନାହିଁ । ତେବେ ଏହି କେମିକାଲର ଉପଯୋଗ କରୁଥିବା ଇଣ୍ଡଷ୍ଟ୍ରିମାନେ ଏହାର ବ୍ୟବହାର କମ୍ କରିବା ସହ ଉତ୍ପାଦନ ହ୍ରାସ କରିବା ଜରୁରୀ ।

Get real time updates directly on you device, subscribe now.