Night Duty-Over Duty ପାଇଁ ବଢିଲା ଦରମା: ସରକାର ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ବୃଦ୍ଧି ପରେ କର୍ମଚାରୀ ମାନଙ୍କ ପାଇଁ ଆଉ ଏକ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ଆଉ ୬ଟି ପ୍ରମୁଖ ଭତ୍ତା ବୃଦ୍ଧି କରାଯାଇଛି । ଅଫିସରେ ନାଇଟ ଡ୍ୟୁଟି ତଥା ଓଭର ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଅଧିକ ଦରମା ଦିଆଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ଡିଓପିଟି ତରପରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଣିକି ମହଙ୍ଗା ଭତ୍ତା ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ବିଭାଗର ଅଧିକ ଭତ୍ତା ପ୍ରଦାନ କରାଯିବ । ଏହି ତାଲିକାରେ ଆବାସ, ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ Travel Expanses ଆଦିର ଭରଣ ପାଇଁ ବିଭିନ୍ନ ଭତ୍ତା ସାମିଲ ରହିଛି । ପ୍ରତି ୬ ମାସରେ ବୃଦ୍ଧି ହେଉଥିବା ଡିଏ ବ୍ୟତୀତ ଏହି ଭତ୍ତା ପାଇଥାନ୍ତି ସରକାରୀ କର୍ମଚାରୀ ।

ଏଥର ସରକାରୀ କର୍ମଚାରୀଙ୍କ ପାଇଁ ମୋଟ ୬ଟି ଭତ୍ତାରେ ବୃଦ୍ଧି କରାଯାଇଛି ।

Children Education Allowance: କେନ୍ଦ୍ର ସରକାରଙ୍କ ନୋଟିସ ଅନୁସାରେ, ସରକାରୀ କର୍ମଚାରୀ ନିଜର ୨ଟି ପିଲାଙ୍କ ପାଇଁ ଚିଲଡ୍ରେନ ଏଜୁକେସନ ଆଲାଉନ୍ସ ବା ହଷ୍ଟେଲ ସବସିଡିର ଫାଇଦା ଉଠାଇପାରିବେ । ସିଇଏ ଆଧାରରେ ପ୍ରତି ପିଲାଙ୍କ ପାଇଁ ମାସିକ ୨୨୫୦ ଟଙ୍କା ଏବଂ ହଷ୍ଟେଲ ସବସିଡି ଭାବରେ ୬୭୫୦ ଟଭ୍କା ମିଳିଥାଏ । ତେବେ ସପ୍ତମ ବେତନ ଅନୁସାରେ, କେନ୍ଦ୍ର ସରକାର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସିଇଏରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏଥିପାଇଁ ୪୫୦୦ ଟଙ୍କା ପାଇପାରିବେ କର୍ମଚାରୀ ।

Risk Allowance: କେନ୍ଦ୍ର ସରକାରଙ୍କ ରିସ୍କ ଆଲାଉନ୍ସରେ ମଧ୍ୟ ପରିବର୍ତ୍ତନ ହୋଇଛି । ବିପଦପୂର୍ଣ୍ଣ ଡ୍ୟୁଟି କରୁଥିବା କିମ୍ବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଥାଏ । ତେବେ ଏହି ଭତ୍ତାକୁ ଦରମା ଭାବରେ ବିବେଚନା କରାଯାଇ ପାରିବ ନାହିଁ ।

Night Duty Allowance: କର୍ମଚାରୀଙ୍କ ନାଇଟ୍ ଡ୍ୟୁଟି ଭତ୍ତା (ଏନଡିଏ) ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମଧ୍ୟ ଦିଆଯାଏ । ନୋଟିସରେ କୁହାଯାଇଛି ଯେ, ରାତି ୧୦ ଟାରୁ ସକାଳ ୬ ଟା ମଧ୍ୟରେ କରାଯାଇଥିବା କାର୍ୟ୍ୟକୁ ନାଇଟ ଡ୍ୟୁଟି ଭାବରେ ବିଚାର କରାଯିବ। ମାସକୁ ୪୩,୬୦୦ ଟଙ୍କା ମୌଳିକ ବେତନ ସୀମା ପାଉଥିବା କର୍ମଚାରୀମାନେ ହିଁ ନାଇଟ୍ ଡ୍ୟୁଟି ଭତ୍ତା ପାଇବାକୁ ଯୋଗ୍ୟ ହେବେ ।

Over Time Allowance: ନୋଟିସରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଓଭରଟାଇମ୍ ଭତ୍ତାରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ସଂପୃକ୍ତ ମନ୍ତ୍ରଣାଳୟ ଅପରେସନାଲ ଷ୍ଟାଫ କାଟାଗୋରୀରେ ରହିଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବ ବୋଲି ଜାଣିବାକୁ ମିଳିଛି ।

ସଂସଦ ସହାୟକଙ୍କ ପାଇଁ Child Care Special Allowance: ସଂସଦ ଅଧିବେଶନରେ କେବଳ ସଂସଦ ସମ୍ବନ୍ଧୀୟ କାର୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କୁ କେନ୍ଦ୍ର ଦେଇଥିବା ବିଶେଷ ଭତ୍ତାର ହାର ବୃଦ୍ଧି କରାଯିବ। ବର୍ତ୍ତମାନ ୧୫୦୦ ଟଙ୍କା ଏବଂ ୧୨୦୦ ଟଙ୍କାକୁ ୫୦% ବୃଦ୍ଧି କରାଯାଇ ୨୨୫୦ ଏବଂ ୧୮୦୦ ଟଙ୍କା କରାଯାଇଛି।

ଦିବ୍ୟାଙ୍ଗ ମହିଳାଙ୍କ ପାଇଁ Child Care Special Allowance: ଭିନ୍ନକ୍ଷମ ମହିଳା କର୍ମଚାରୀଙ୍କୁ ଶିଶୁ ଯତ୍ନ ସହ ଜଡିତ ବିଶେଷ ଭତ୍ତା ଭାବରେ ପ୍ରତିମାସରେ ୩୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଶିଶୁଙ୍କ ଜନ୍ମରୁ ସେ ଦୁଇ ବର୍ଷ ବୟସ ପର୍ୟ୍ୟନ୍ତ ଏହି ଭତ୍ତା ପାଇପାରିବେ ବୋଲି କେନ୍ଦ୍ର ଏହି ନୋଟିସରେ ସୂଚନା ଦେଇଛି ।