fbpx

ପୁଣି ବଢ଼ିଲା ରାଜ କୁନ୍ଦ୍ରାଙ୍କ ସମସ୍ୟା: ପର୍ଣ୍ଣୋଗ୍ରାଫି ମାମଲାରେ FIR ରୁଜୁ କଲା ED

ମୁମ୍ବାଇ: ବଲିଉଉ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ପୁଣି ବଢ଼ିଲା ସମସ୍ୟା । ଗତବର୍ଷ ସାମ୍ନାକୁ ଆସିଥିବା ପର୍ଣ୍ଣ ରାକେଟ୍ ମାମଲାରେ ରାଜଙ୍କ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ୨୦ ଜୁଲାଇରେ ଗିରଫ କରିଥିଲା ।

ଜୁଲାଇରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିବା ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍ ଫେବ୍ରୁଆରୀରେ ୫ ଜଣଙ୍କୁ ଗିରଫ କରିଥିଲା । ମାମଲାରେ ସାମିଲ ଥିବା ଅଭିଯୁକ୍ତମାନେ ଅଶ୍ଲୀଳ ଫିଲ୍ମ ତିଆରି କରୁଥିଲେ ଓ ୱେବ ସିରିଜ୍ ବା ବଲିଉଡ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେବାକୁ କହି ଲୋକଙ୍କୁ ଠକୁଥିଲେ ।

ଏହା ସହ ଅଭିନେତ୍ରୀମାନଙ୍କୁ ଅଲଗା ଅଲଗା ସ୍କ୍ରିଫ୍ଟ ପାଇଁ ଅଭିନୟ କରିବାକୁ କହୁଥିଲେ । ସେମାନଙ୍କୁ ନଗ୍ନ ଶୁଟ୍ ପାଇଁ ବି ବାଧ୍ୟ କରୁଥିଲେ । ଅଭିନେତ୍ରୀମାନେ ମନା କରିବାରୁ ଧମକ ଦେବା ସହ ଶୁଟିଂର ଖର୍ଚ୍ଚ ଦେବାକୁ କହୁଥିଲେ । ତେବେ ଏହି ମାମଲାରେ ଗ୍ୱର୍ଷ ସେପ୍ଟେମ୍ବରରେ ରାଜେ କୁନ୍ଦ୍ରା ଜାମିନରେ ଆସିଥିଲେ । ଏବେ ପୁଣି ରାଜଙ୍କ ନାଁରେ ଏଫଆଇଆର ରୁଜୁ କରିଛି ଇଡି ।

Get real time updates directly on you device, subscribe now.