fbpx

ଶତ୍ରୁପକ୍ଷର ଚାଲ୍‌କୁ ମାତ୍‌ ଦେବାକୁ ଫୁଲ୍‌ ଆଲର୍ଟ ଭାରତ : ସୀମାରେ ମୁତୟନ କରିବ ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ, ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମ୍‌ କିଣିବା ଉପରେ ବିଚାର ବମର୍ଶ ଜାରି

ପେଣ୍ଟାଗନ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପୂର୍ବାପେକ୍ଷା ତା’ର ଶକ୍ତିକୁ ଏବେ ବହୁଗୁଣିତ କରିଛି । ଶତ୍ରୁପକ୍ଷର ଚାଲ୍‌କୁ ମାତ୍‌ ଦେବା ପାଇଁ ଭାରତ ଏବେ ଫୁଲ୍‌ ଆଲର୍ଟ । ପାକିସ୍ତାନ ଓ ଚୀନ୍‌ ପକ୍ଷରୁ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ତା’ର ସୀମାରେ ମିସାଇଲ୍‌ ଡିଫେନ୍ସ ସିଷ୍ଟମ ମୁତୟନ କରିବାର ନିଷ୍ପତ୍ତି ନେଇଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି କି ଚଳିତବର୍ଷ ଜୁନ୍‌ ସୁଦ୍ଧା ଭାରତ ନିଜ ସୀମାରେ ରୁଷ୍‌ ନିର୍ମିତ ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ ମୁତୟନ କରିସାରିଥିବ । ଏକ ବୈଠକରେ ପେଣ୍ଟାଗନ୍‌ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ସ୍କଟ୍‌ ବୋରିୟର କହିଛନ୍ତି ଭାରତକୁ ଗତବର୍ଷ ଡିସେମ୍ବର ମାସରୁ ରୁଷ୍‌ ନିର୍ମିତ ଏସ୍‌- ୪୦୦ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ହାସଲ କରିଛି ।

ବର୍ତ୍ତମାନ ମିଲିଟାରୀ ସିଷ୍ଟମକୁ ଅତ୍ୟାଧୁନିକ କରିବା ଲାଗି ଭାରତ ଲଗାତାର ତା’ର ପ୍ରୟାସ ଜୋର୍‌ଦାର କରିଛି । ଏଗୁଡ଼ିକ ମଧ୍ୟରେ ବାୟୁସେନା, ସ୍ଥଳସେନା ଓ ନୌସେନା ସମେତ ଷ୍ଟ୍ରାଟେଜିକ୍‌ ନ୍ୟୁକ୍ଲିୟର ଫୋର୍ସ ସାମିଲ ରହିଛି । ୨୦୨୧ ଅକ୍ଟୋବରରୁ ଭାରତୀୟ ସେନା ସ୍ଥଳ ଓ ସମୁଦ୍ର ସୀମା ରକ୍ଷା ପାଇଁ ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମ୍‌ କିଣିବା ଉପରେ ବିଚାର କରିଆସୁଛି ।

ଏଥିସହ ସାଇବର କ୍ଷମତାକୁ ଆହୁରି ଅଧିକ କ୍ଷୀପ୍ର କରିବା ପ୍ରୟାସରେ ଭାରତ କାମ କରୁଥିବା ପେଣ୍ଟାଗନ୍‌ ପକ୍ଷରୁ ଦର୍ଶାଯାଇଛି । ଜେନେରାଲ ବୋରିୟର ୨୦୨୧ ମସିହାରେ ଭାରତ ବହୁ ମିସାଇଲ୍‌ ପରୀକ୍ଷଣ କରି ନିଜର ହାଇପରସୋନିକ, ବାଲାଷ୍ଟକ୍‌, କ୍ରୁଜ୍‌ ଓ ଏୟାର ଡିଫେନ୍ସ ମିସାଇଲ୍‌ର କ୍ଷମତା ବୃଦ୍ଧି କରିବା ସାରା ବିଶ୍ୱ ଦେଖିସାରିଛି । ମହାକାଶରେ ବି ଭାରତ ପୂର୍ବାପେକ୍ଷା ସାଟେଲାଇଟ୍‌ ସଂଖ୍ୟା ବୃଦ୍ଧି କରିଛି ଓ ମହାକାଶରେ ଭାରତର ଶକ୍ତି ଏବେ ଶକ୍ତିଶାଳୀ ରାଷ୍ଟ୍ରଙ୍କ ସହ ପ୍ରାୟତଃ ସମାନ ସ୍ଥିତିକୁ ଆସିବାକୁ ଆଉ ବେଶୀ ସମୟ ନାହିଁ । ୨୦୧୯ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥବ୍ୟବସ୍ଥାକୁ ମଜବୁତ୍‌ କରିବା ପଇଁ ବିଦେଶୀ କମ୍ପାନୀରୁ ପ୍ରତିରକ୍ଷା ସାମଗ୍ରୀ କମ୍‌ କିଣିବା ସହ ଘରୋଇ ପ୍ରତିରକ୍ଷା ଇଣ୍ଡଷ୍ଟ୍ରି ଉପରେ ଅଧିକ ଫୋକସ୍‌ କରିଥିବା ଜେନେରାଲ ସ୍କଟ୍‌ ବୋରିୟର କହିଛନ୍ତି ।

ସେହିପରି ଭାରତ-ରୁଷ ସମ୍ବନ୍ଧ ଖୁବ୍‌ ମଜବୁତ୍‌ ଓ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଭାରତ ଏପର୍ଯ୍ୟନ୍ତ ଶାନ୍ତିର ଦୂତ ଭାବେ କାମ କରୁଥିବା ଜେନେରାଲ ବୋରିୟର କହିଛନ୍ତି । ସୂଚନାଥାଉକି ୨୦୧୮ ମସିହାରେ ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ କିଣିବା କ୍ଷେତ୍ରରେ ଭାରତ-ରୁଷ୍‌ ମଧ୍ୟରେ ୪୦ ହଜାର କୋଟି ଟଙ୍କାର ଡିଲ୍‌ ହୋଇଥିଲା ।

Get real time updates directly on you device, subscribe now.