fbpx

ପ୍ରଦୂଷଣ ନେଉଛି ଜୀବନ, ବିଶ୍ୱରେ ପ୍ରତିବର୍ଷ ୯ଲକ୍ଷ ଲୋକ ହରାଉଛନ୍ତି ପ୍ରାଣ

ନୂଆଦିଲ୍ଲୀ : ବିଶ୍ୱର ପ୍ରତିଟି ରାଷ୍ଟ୍ର ଏବେ ବିକାଶମୁଖୀ ହୋଇଥିବା ବେଳେ ପରୋକ୍ଷରେ ବିଶ୍ୱ ପାଇଁ ଆଣିଛନ୍ତି ମହାବିତ୍ତି । ଏହି ମହାବିତ୍ତିଟି ହେଉଛି ପ୍ରଦୂଷଣ । ପ୍ରଦୂଷଣକୁ ନେଇ କରାଯାଇଥିବା ନୂତନ ଅଧ୍ୟୟନରେ ଜାଣିବାକୁ ମିଳିଛି କି ପ୍ରତିବର୍ଷ ୯ଲକ୍ଷ ଲୋକଙ୍କ ମୃତ୍ୟୁ ଭିନ୍ନ ଭିନ୍ନ ପ୍ରଦୂଷଣ ଯୋଗୁଁ ହିଁ ହେଉଛି । ୨୦୦୦ ମସିହା ଠାରୁ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ମୃତ୍ୟୁସଂଖ୍ୟା ୫୫% ବୃଦ୍ଧି ପାଇଛି ।

‘ଦ ଲାନ୍ସେଟ୍‌ ପ୍ଲାନେଟରୀ ହେଲଥ୍‌ ଜର୍ଣ୍ଣାଲ’ରେ ଏକ ଅଧ୍ୟୟନରୁ ପ୍ରକାଶିତ କି ପ୍ରଦୂଷଣଜନିତ ମୃତ୍ୟୁ ମାମଲାରେ ଆମେରିକାର ସ୍ଥାନ ଏବେ ବିଶ୍ୱର ୧୦ମ ସ୍ଥାନରେ ରହିଥିବାବେଳେ ଭାରତର ସ୍ଥାନ ପ୍ରଥମ ଓ ଚୀନ୍‌ ଦ୍ୱିତୀୟରେ ରହିଛି । ୨୦୧୯ ମସିହାରେ ଆମେରିକାରେ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର ୮୮୩ ରହିଥିବାବେଳେ ବିଶ୍ୱର ସପ୍ତମ ରାଷ୍ଟ୍ର ଭାବେ ସ୍ଥାନିତ ହୋଇଥିଲା । ତେବେ ଭାରତ ଓ ଚୀନ୍‌ ପ୍ରଦୂଷଣଜନିତ ମୃତ୍ୟୁ ମାମଲାରେ ବିଶ୍ୱର ସବୁଠୁ ଆଗରେ ରହିଛନ୍ତି । ଭାରତରେ ପ୍ରତିବର୍ଷ ଏଥିଯୋଗୁଁ ୨.୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଚୀନ୍‌ରେ ୨.୨ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି ।

Get real time updates directly on you device, subscribe now.