fbpx

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ଦର: ଟାଙ୍କି ଫୁଲ କରିବା ପୂର୍ବରୁ ଜାଣନ୍ତୁ କଣ ରହିଛି ଆଜିର ରେଟ

ନୂଆଦିଲ୍ଳୀ: ପେଟ୍ରୋଲ-ଡିଜେଲ ଦରକୁ ନେଇ ହୋଇଥିବା ମହଙ୍ଗା ମାଡରୁ ମୁକ୍ତି ପାଇ ପାରନ୍ତି ଜନତା । କାରଣ ସରକାରୀ ତୈଳ କମ୍ପାନୀ ପକ୍ଷରୁ ଘୋଷଣା ହୋଇଛି ନୂଆ ଦର । ଆଜି ସକାଳୁ ପେଟ୍ରୋଲ-ଡିଜେଲର ନୂଆ ଦର ଲାଗୁ କରିଛନ୍ତି ସରକାରୀ କମ୍ପାନୀ । ବ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦରରେ ଉପରତଳ ପରେ ମଧ୍ୟ ଘରୋଇ ମାର୍କେଟରେ ତୈଳଦର ସ୍ଥିର ରହିଛି ।

ନିକଟରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଛନ୍ତି ଯେ, ଯଦି ବ୍ରେଣ୍ଟ କ୍ରୁଡର ମୂଲ୍ୟ ୧୧୦ ଡଲାରରୁ ଅଧିକ ହୁଏ । ତେବେ ବାଧ୍ୟ ହୋଇ ତେଲ ଦରରେ ବୃଦ୍ଧି କରିବେ କମ୍ପାନୀ । ତେବେ ଆଜି ସକାଳୁ ଏହାର ମୂଲ୍ୟ ୧୦୯ ପାଖାପାଖି ପହଞ୍ଚିଛି । ତେବେ ୬ ଏପ୍ରିଲରୁ ତୈଳଦର ସ୍ଥିର ରହିଥିବା ବେଳେ ଆଗକୁ ଏହି ସ୍ଥିରତା ଉପରେ ଆଶଙ୍କା ଦେଖା ଦେଇଛି । ବ୍ରେଣ୍ଟ କ୍ରୁଡ ଦର ଏହିପରି ବୃଦ୍ଧି ପାଇଲେ ଅନ୍ୟ ପକ୍ଷରେ ପେଟ୍ରୋଲ-ଡିଜେଲ ଦରରେ ମଧ୍ୟ ବୃଦ୍ଧି ହୋଇପାରେ ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୫.୪୧ ଏବଂ ଡିଜେଲ ୯୬.୬୭ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୨୦.୫୧ ପେଟ୍ରୋଲ ଏବଂ ୧୦୪.୭୭ ଟଙ୍କା ରହିଛି ଡିଜେଲ ଦର । ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଦର ୧୧୦.୮୫ ରହିଥିବା ବେଳେ ଡିଜେଲ ୧୦୦.୯୪ ରହିଛି । ସେହିପରି କୋଲକାତାରେ ପେଟ୍ରୋଲ୧୧୫.୧୨ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୯.୮୩ ଟଙ୍କାରେ କିଣୁଛନ୍ତି ଗ୍ରାହକ ।

ପ୍ରତିଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇ ନୂଆ ଦର ଲାଗୁ କରାଯାଇଥାଏ । ତୈଳଦରରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ, ଏବଂ ଅନ୍ୟାନ୍ୟ ଖର୍ଚ୍ଚ ହିସାବ କରାଗଲେ ଏହାର ଦାମରେ ଯଥେଷ୍ଟ ବୃଦ୍ଧି ହୋଇଥାଏ । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ଆକାଶଛୁଆଁ ହୋଇଥାଏ ।

Get real time updates directly on you device, subscribe now.