fbpx

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ

ଜୋହାନ୍ସବର୍ଗ: ଆସନ୍ତା ଜୁନ ମାସ ୯ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବିପକ୍ଷ ଟି-୨୦ କ୍ରିକେଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ନାମ ତାଲିକା ଘୋଷଣା କରା ଯାଇଛି । ଆହତ ଜନିତ ସମସ୍ୟାରୁ ମୁକୁଳି ଥିବା ପେସ୍‌ ବୋଲର ଆନରିକ ନୋରତେ ଦଳରେ ସାମିଲ ହୋଇଥିବା ବେଳେ ବ୍ୟାଟ୍ସମ୍ୟାନ ତ୍ରିସ୍ତାନ ଷ୍ଟବ୍ସଙ୍କୁ ମଧ୍ୟ ପ୍ରଥମ ସୁଯୋଗ ମିଳିଛି । ସେ ଦକ୍ଷିଣ ଆଫ୍ରିକା ଟି-୨୦ ଚାଳେଞ୍ଜରେ ୭ ଇନିଂସ ଖେଳି ୨୯୩ ରନ କରିଥିବା ବେଳେ ୨୩ ଛକା ମାରିଛନ୍ତି ।

ସେହିପରି ଜିମ୍ବାୱେ ବିକ୍ଷ ସିରିଜରେ ସେ ଦକ୍ଷିଣ ଆଫ୍ରିକା ଏ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ତେଣୁ ତାଙ୍କୁ ଚଳିତ ବର୍ଷର ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅନୁବନ୍ଧିତ କରିଥିଲା । ଜୁନ ୯ରୁ ୧୯ ତାରିଖ ମଧ୍ୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ ଖେଳିବେ । ଭାରତୀୟ ଦଳ ନାମ ତାଲିକା ଆଜି ପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ । ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମ୍ୟାଚ ୨୨ ତାରିଖରେ ଶେଷ ହେବ । ଉକ୍ତ ଦିନ ଭାରତୀୟ ଦଳ ଚୂଡାନ୍ତ କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି ।

ଦକ୍ଷିଣ ଆଫ୍ରିକା ଦଳ-ତେମ୍ବା ବାଭୁମା(ଅଧିଡ଼ାୟକ), କ୍ୱିଣ୍ଟନ ଡି କକ୍‌, ରିଜା ହେଣ୍ଡ୍ରିକ, ହେନରିକ କ୍ଳାଜେନ, କେଶବ ମହାରାଜ, ଏଦେନ ମାରକ୍ରାମ, ଡେଭିଡ ମିଲର, ଲୁଙ୍ଗି ଏନଗିଦ, ଆନରିକ ନୋରତେ, ୱେନେ ପାରନେଲ, ଡ୍ୱାନେ ପ୍ରିଟୋରିୟସ, କାଗିସୋ ରାବାଡା, ତାବ୍ରେଜ ଶାମସି, ତ୍ରିସ୍ତାନ ଷ୍ଟବସ, ରେସେ ଭାନଡେର ଡୁସେନ,ମାର୍କୋ ଜାନସେନ।

Get real time updates directly on you device, subscribe now.