fbpx

ଆଇନତଃ ବୈଧ ହେଲା ବାଲ୍ୟ ବିବାହ; ବିରୋଧ ପ୍ରଦର୍ଶନ ସହ ବିଜେପିର ଗୃହତ୍ୟାଗ

ନୂଆଦିଲ୍ଲୀ: ବାଲ୍ୟ ବିବାହକୁ କୁସଂସ୍କାର ଭାବରେ ବିବେଚନା କରାଯାଉଥିବା ବେଳେ ରାଜସ୍ଥାନରେ ବାଲ୍ୟବିବାହ ସପକ୍ଷରେ ବିଲ ପାଶ କରାଯାଇଛି । ବାଲ୍ୟ ବିବାହକୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ବୋଲି ବିଲ ପାଶ କରାଯାଇଛି । ବିବାହ ସଂଶୋଧନ ଆଇନ ୨୦୨୧ ଅନୁଯାୟୀ ବିବାହର ୩୦ ଦିନ ମଧ୍ୟରେ ଏହାର ପଞ୍ଜୀକରଣ କରାଯିବା ପାଇଁ ବିଲରେ ଉଲ୍ଲେଖ ରହିଛି । ଏହି ବିଲକୁ ବିରୋଧ କରିବା ସହିତ ବିଜେପି ବିଧାୟକ ମାନେ ଗୃହତ୍ୟାଗ କରିଥିଲେ ।
ବିଜେପି ପକ୍ଷରୁ ଏହି ଆଇନକୁ ଅନୈତିକ ଭାବରେ ଅଭିହିତ କରାଯାଇଥିଲା । ବାଲ୍ୟ ବିବାହକୁ ପଞ୍ଜୀକରଣ କରିବା ଅର୍ଥ ଏହାକୁ ସ୍ୱୀକୃତି ପ୍ର୍ରଦାନ କରିବା । ଏପରି ଆଇନ ଆଣିବା ସହିତ ସରକାର ପରୋକ୍ଷରେ ବାଲ୍ୟ ବିବାହକୁ ଅନୁମତି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ କହିଛନ୍ତି । ଏପରି ପ୍ରତିବାଦ କରିବା ସହିତ ବିଜେପି ବିଧାୟକ ମାନେ ଗୃହତ୍ୟାଗ କରିଥିଲେ । ଗୃହରେ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିୟା ଏହାକୁ ସମାଲୋଚନା କରିବା ସହିତ ସରକାର ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି । କେବଳ ବିଜେପି ବିଧାୟକ ନୁହେଁ କଂଗ୍ରେସ ସମର୍ଥନକାରୀ ବିଧାୟକ ମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମନ୍ୟାମ ଲୋଧା ମଧ୍ୟ ଏହାକୁ କଳା ଆଇନ ଭାବରେ ଅଭିହିତ କରିଥିଲେ ।

Get real time updates directly on you device, subscribe now.