fbpx

ରାଜସ୍ଥାନରେ କ୍ୟାବିନେଟ ବିସ୍ତାର କାଉଣ୍ଟଡାଉନ୍ ଆରମ୍ଭ: ପାଇଲଟଙ୍କ ଗୋଷ୍ଠୀରୁ ୫ ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ

ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଅର୍ଥାତ ୨୧ କିମ୍ବା ୨୨ରେ କ୍ୟାବିନେଟ ପୁନର୍ଗଠିତ ହୋଇପାରେ । ଏହି ଅବସରରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଜୟପୁର ଗସ୍ତ କରିଛନ୍ତି । ଏଥିପାଇଁ ଆଜି ସନ୍ଧ୍ୟା ୫ଟାରେ ମନ୍ତ୍ରିପରିଷଦ ବୈଠକ ଡକାଯାଇଛି । ରଘୁ ଶର୍ମା, ହରିଶ ଚୌଧୁରୀ, ଗୋବିନ୍ଦ ସିଂହ ଡାଟାସରାଙ୍କ ସମେତ କିଛି ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୨୧ ଜଣ ମନ୍ତ୍ରୀ ରହିଥିବା ବେଳେ ବର୍ତ୍ତମାନ ୯ଟି ପଦ ଖାଲି ରହିଛି । ୩ ଜଣ ଇସ୍ତଫା ଦେବା ପରେ ଏବେ ଖାଲି ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।
ତେବେ ସୂତ୍ର ମୁତାବକ, ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ଅପାରଗ ମନ୍ତ୍ରୀଙ୍କୁ ବାହାର ରାସ୍ତା ଦେଖାଇ ଦିଆଯିବା ସହ ନୂଆ ଚେହେରାଙ୍କୁ ସ୍ଥାନ ମିଳିବ । ଖାଲି ଥିବା ପଦବୀଗୁଡ଼ିକରେ ଅଧା ନୂଆ ଚେହେରା ସାମିଲ ହେବେ । ତେବେ ଯେଉଁ ମନ୍ତ୍ରୀମାନେ ଇସ୍ତଫା ଦେବେ ସେମାନଙ୍କୁ ଗୁଜରାଟ, ପଞ୍ଜାବ ଓ ରାଜସ୍ଥାନର ଦାୟିତ୍ୱ ପ୍ରଦାନ କରାଯିବ । ମନ୍ତ୍ରିମଣ୍ଡଳ ବିସ୍ତାରକୁ ନେଇ ଗେହଲଟ ଓ ସଚିନ ପାଟଲଟ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିସାରିଛନ୍ତି । କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବା ସହିତ ପାଇଲଟଙ୍କ ଗୋଷ୍ଠୀରୁ ୫ ଜଣଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ ହେମାରାମ ଚୌଧୁରୀ, ଦିପେନ୍ଦ୍ର ସିଂହ ଶେଖାୱତ, ରମେଶ ମୀଣା, ବୃଜେନ୍ଦ୍ର ଓଲା, ମୁରାରୀ ଲାଲ ମୀଣାଙ୍କ ନାମ ଶୁଣିବାକୁ ମିଳୁଛି । ତେବେ ମନ୍ତ୍ରିମଣ୍ଡଳରେ କେଉଁ ଗୋଷ୍ଠୀଙ୍କୁ କେତେ ମନ୍ତ୍ରୀ ପଦ ମିଳୁଛି, କିଏ ସନ୍ତୁଷ୍ଟ ଆଉ କିଏ ଅସନ୍ତୁଷ୍ଟ ତାହା ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଛି ।

 

Get real time updates directly on you device, subscribe now.