fbpx

ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗର ବଡ଼ ନିଷ୍ପତ୍ତି, ଏଥର ୯ ଘଣ୍ଟା ବଦଳରେ ଏତିକି ସମୟ ହେବ ଭୋଟିଂ

Advertisement

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଥର ନଅ ଘଣ୍ଟା ବଦଳରେ ୧୧ ଘଣ୍ଟା ପର୍ଯ୍ୟନ୍ତ ହେବ ମତଦାନ । ନିର୍ବାଚନ ଆୟୋଗ ପକ୍ଷରୁ ସୋମବାର ଦିନ ଜାରି କରାଯାଇଥିବା ଏକ ନୋଟିଫିକେସନରେ କୁହାଯାଇଛି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ସାଧାରଣତଃ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହୋଇଥାଏ । ହେଲେ ଏଥର ଏହାକୁ ୨ ଘଣ୍ଟା ବଢାଯାଇଛି ।

ସୂଚନା ଅନୁଯାୟୀ, ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ରାଜ୍ୟରେ ୨୦୧୮ରେ ବିଧାନସଭା ନିର୍ବାଚନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ହେଲେ ୫ ସେପ୍ଟେମ୍ବର ୨୦୨୨ରେ ଚୂରୁ ଜିଲ୍ଲାର ସରଦାରଶହର ବିଧାନସଭା କ୍ଷେତ୍ରରେ ହୋଇଥିବା ଉପନିର୍ବାଚନରେ ୧୧ ଘଣ୍ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା ।

Get real time updates directly on you device, subscribe now.