fbpx

PTI ସମ୍ପାଦକ ପଦରୁ ରାଜେଶ ମହାପାତ୍ରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦେଶର ଜଣାଶୁଣା ନ୍ୟୁଜ୍ ଏଜେନ୍ସି ‘ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ’ (ପିଟିଆ)ର ସମ୍ପାଦକ ରାଜେଶ ମହାପାତ୍ର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜେଶ ପିଟିଆଇ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ରାଜେଶ ‘ହିନ୍ଦୁସ୍ତାନ ଟାଇମ୍ସ’ରେ ପାଖାପାଖି ୧୧ ବର୍ଷ ଧରି କାର୍ଯ୍ୟ କରିବା ପରେ ଗତବର୍ଷ ଜୁନ ମାସରେ ‘ପିଟିଆଇ’ରେ ଯୋଗ ଦେଇଥିଲେ । ନିଜର ୨୫ ବର୍ଷର କ୍ୟାରିୟର ମଧ୍ୟରେ ସେ ବିଜିନେସ ସାମ୍ବାଦିକ, ରାଜନୈତିକ ବିଶ୍ଲେଷକ, ସାର୍ବଜନିକ ନୀତି ବିଶେଷଜ୍ଞ, ନ୍ୟୁଜରୁମ୍ ଲିଡର ଓ ଏଡିଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ରାଜେଶ ଜଣେ ସାମ୍ବାଦିକ ସହିତ କମେଣ୍ଟର ଓ ସ୍ତମ୍ଭକାର ଅଟନ୍ତି । ସେ ଓଡ଼ିଶା ଓ ଭାରତର ପବ୍ଲିକ ପଲିସୀ ଡିବେଟ ପ୍ରତି ସହଯୋଗ କରି ଆସୁଥିଲେ । ସେ ଓଡ଼ିଶା ଡାଇଲଗସ ବା ‘ଓଡ଼ିଶା ଆଲୋଚନା ଚକ୍ର’ର ସଂସ୍ଥାପକ ଅଟନ୍ତି । ଏହି ସଂସ୍ଥା ଏକ ନନ-ପାର୍ଟିଜନ ଥଟ ଲିଡରଶିପ ଫୋରମ ପରି କାର୍ଯ୍ୟ କରିଥାଏ ।

‘ହିନ୍ଦୁସ୍ତାନ ଟାଇମ୍ସ’ରେ ସେ ଶେଷ ଥର ପାଇଁ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଗତ ୨୦୦୮ରେ ସେ ଏହି ମିଡ଼ିଆରେ ବିଜିନେସ ବ୍ୟୁରୋ ଚିଫ୍ ଭାବେ ଯୋଗ ଦେଇଥିଲେ । ସେଠାରେ ସେ ବିଜିନେସ ଓ ଫାଇନାନ୍ସିଆଲ କଭରେଜ୍ କରୁଥିଲେ । ପରବର୍ତ୍ତୀ ସମୟରେ ସେ ସମ୍ପାଦକ, ଗବେଷଣା ଓ ଡେପୁଟି କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ୱ ବହନ କରିଥିଲେ । ୨୦୧୬ରେ ସେ ମୁଖ୍ୟ କଣ୍ଟେଣ୍ଟ ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ । ୨୦୧୭ରେ ସେ ଏଡିଟର ହୋଇଥିଲେ ।

Get real time updates directly on you device, subscribe now.