fbpx
BSKY
BJD MC SKY
BJD YOUTH SKY

ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମାର-ପତ୍ରଲେଖା, ଦେଖନ୍ତୁ ଫୋଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଦୁଇ ପ୍ରେମପକ୍ଷୀ । ଅନେକ ଦିନରୁ ଆସୁଥିବା ଖବରର ଅନ୍ତ ଘଟିଛି । ଶେଷରେ ବିବାହ କରିଛନ୍ତି ବଲିିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା । ଉଭୟ ପରସ୍ପରକୁ ଦୀର୍ଘ ୧୧ ବର୍ଷ ଧରି ଡେଟ୍ କରିଆସୁଥିଲେ । ଆଉ ଉଭୟ କରିଛନ୍ତି ବିବାହ, ପରସ୍ପରକୁ କରିଛନ୍ତି ଜୀବନସାଥୀ । ନିଜର କିଛି ଖାସ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଗହଣରେ କରିଛନ୍ତି ବିବାହ । ବିବାହର ଫୋଟୋକୁ ଉଭୟ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଫୋଟୋଗୁଡ଼ିକୁ ସେୟାର କରିବା ସହ ରାଜକୁମାର ପତ୍ରଲେଖାଙ୍କୁ ବିଷୟରେ ଅନେକ ରୋମାଣ୍ଟିକ କଥା ଲେଖିଛନ୍ତି । ସେ ଲେଖିଛନ୍ତି ‘ଦୀର୍ଘ ୧୧ ବର୍ଷ ପରେ ମୁଁ ତାଙ୍କୁ ବିବାହ କରିଛି ଯିଏ ମୋ ଜୀବନର ସବୁକିଛି । ’ ଦେଖନ୍ତୁ ଉଭୟଙ୍କର ବିବାହ ଫୋଟୋ…

 

View this post on Instagram

 

A post shared by RajKummar Rao (@rajkummar_rao)

 

 

View this post on Instagram

 

A post shared by ? Patralekhaa ? (@patralekhaa)

ପୂର୍ବରୁ ଉଭୟଙ୍କ ନିର୍ବନ୍ଧର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ରାଜକୁମାର ଭିନ୍ନ ଅନ୍ଦାଜରେ ବିବାହ କରିବାକୁ ପଚାରିଥିଲେ । ତାଙ୍କର ଏହି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.