fbpx

୨୫ ଦିନିଆ ରାଜ୍ୟବ୍ୟାପୀ ଗୁଞ୍ଜରଣ ଶିକ୍ଷା ଯାତ୍ରାର ଶୁଭାରମ୍ଭ

ମାଲକାନଗିରି (ଓଡ଼ିଶା ଭାସ୍କର): ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି । ନଭେମ୍ବର ୧୫ ରୁ ଆରମ୍ଭ ହେଉଥିବା ଏହି ଅଭିଯାନ ଅନ୍ତର୍ଗତ ଦୁଇଟି ସଚେତନତା ରଥ ମାଲକାନଗିରି ଏବଂ ସୁନ୍ଦରଗଡ ରୁ ବାହାରି ପ୍ରାୟ ୨୦ ଦିନ ରାଜ୍ୟର ୨୫ ଟି ଜିଲ୍ଲା ରେ ପ୍ରାୟ ୨୧୦୦ କିଲୋମିଟର ପରିଭ୍ରମଣ କଲାପରେ ଶେଷରେ ଭୁବନେଶ୍ଵର ରେ ପହଞ୍ଚିବ ଏବଂ ଡିସେମ୍ବର ୧୦ ତାରିଖରେ ଏହି ଯାତ୍ରା ଉଦଯାପିତ ହେବ । ବିଶେଷ କରି ୨୫ ଟି ଜିଲ୍ଲାରେ ଏହି ଯାତ୍ରା ୧୦୨ ବ୍ଲକ ର ସତାଧିକ ଗାଁ ଗାଁ ପରିକ୍ରମା କରି ଶିକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ପହଞ୍ଚାଇବ ।

ଏହି ଶିକ୍ଷା ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦୀର୍ଘ ୨୧ ମାସ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା , ବିଦ୍ୟାଳୟ ଭିତ୍ତିଭୂମି ର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା, ଶିକ୍ଷାର ମହତ୍ଵ ବିଷୟରେ ସଚେତନତା କରିବା ଏବଂ ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅଭିଭାବକ ଏବଂ ଗ୍ରାମବାସୀ ମାନଙ୍କୁ ସଚେତନ କରିବା । ଏତଦ ବ୍ଯତୀତ ପିଲାମାନଙ୍କର ମାନସିକ ସ୍ଥିତି, ଶିକ୍ଷକ ମାନଙ୍କର ଆହ୍ଵାନ , ବିଦ୍ୟାଳୟ ପରିଚାଳନା ସମିତି ର ସଦସ୍ୟ/ସଦସ୍ୟା ମାନଅଙ୍କ ପ୍ରତି ଥିବା ଆହ୍ଵାନ ଉପରେ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରି ଏ ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ହେଉଛି ଏହି ଶିକ୍ଷା ଯାତ୍ରା ର ପ୍ରମୁଖ ଉଦ୍ଦେଶ୍ୟ।

ଉକ୍ତ କାର୍ଯ୍ୟକ୍ରମ ଟିକୁ ଜିଲ୍ଲା ସଙ୍ଗଠନ ସଭାପତି ଶ୍ରୀଯୁକ୍ତ ଘାଷିରାମ ଗୁଟା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଵିଧାୟକ ଆଦିତ୍ୟ ମାଢୀ, ଜିଲ୍ଲା ପରିଷଦ ଦଶରଥ ପଡ଼ିଆମି, ଆଦିବାସୀ ନେତା  ବାଲରାଜୁ ଗେମେଲ, କୋୟା ସମାଜ ଜିଲ୍ଲା ସଭାପତି ରବୀନ୍ଦ୍ର ମାଢୀ, ଵରୀଷ୍ଠ ସମାଜ ସେବି ଭାଷ୍କର ବେହେରା, ଚାଲାଣ ଗୁଡା ସରପଞ୍ଚ  ପୁଷ୍ପାରାଣୀ ମାଢୀ, ବଡ଼ଡୁରାଲ ସରପଞ୍ଚ ମଙ୍ଗଳା ମୁଦୁଲି, ଗୋରାଖୁଣ୍ଟା ସରପଞ୍ଚ ଏରା ପଡିଆମୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜିଲା ସଂଗଠନ ତରଫରୁ ୭ ଟି ଵ୍ଲକ ର ଶତାଧିକ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Get real time updates directly on you device, subscribe now.