fbpx
BJD SKY
BJD SKY

କରୋନା ସମୟରେ ଅନାଥ ପିଲାଙ୍କୁ ପିଏମ କେୟାରରୁ ତୁରନ୍ତ ସାହାଯ୍ୟ ଦିଆଯାଉ: ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ : କୋଭିଡ୍-୧୯ରେ ବାପ-ମାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ପିଏମ କେୟାର ଫର ଚିଲଡ୍ରେନ ସ୍କିମ ଆଧାରରେ ତୁରନ୍ତ ସାହାଯ୍ୟ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏଥିପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି କାରଣ ମେ ୨୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ଆଧାରରେ ୪୮୪୮ ଆବେଦନକାରୀଙ୍କ ମଧ୍ୟରୁ କେବଳ ୧୭୧୯ ଜଣଙ୍କୁ ଯୋଜନାର ଲାଭ ମିଳିଛି। ସୁପ୍ରିମକୋର୍ଟ ଏନସିପିସିଆର(ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ କେୟାର)କୁ ଅନାଥ ପିଲାଙ୍କ ପୁନଃବିସ୍ଥାପନ ପାଇଁ ପ୍ରସ୍ତାବ ଦେବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସଡକରେ ରହୁଥିବା ପିଲାଙ୍କ ତତ୍କାଳ ଚିହ୍ନଟ କରି ଏହାର ସମସ୍ତ ସୂଚନା ଏନସିପିସିଆରକୁ ଦେବାକୁ ରାଜ୍ୟଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ପିଲା କେତେ ଯାଏଁ ପଢିଛନ୍ତି ଏହାର ଟିକ୍ ନିକ୍ ବୁଝିବା ଏବଂ ପିଏମ କେୟାର ଫଣ୍ଡ ଆଧାରରେ ଲାଭ ଦେବାକୁ କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦ ପାଇଁ ଧାର୍ଯ୍ୟ କରାଯାଇଛି।

ବିଚାରପତି ଏଲ ନାଗେଶ୍ଵର ରାଓ ଏବଂ ବିଆର ଗବଇଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଚାହୁଁଛୁ ଯେ, ଏହା ଲାଭ ପିଲାମାନଙ୍କ ପର୍ଯ୍ୟନ୍ତ ପହଞ୍ଚୁ। ଏ ପର୍ଯ୍ୟନ୍ତ ଆମେ ଅନ୍ଧାରରେ ହିଁ କେବଳ ବାଡି ବୁଲାଉଛେ। କୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ମାସ ଭିତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠରେ ପିଲାଙ୍କ ଶିକ୍ଷାଦାନ କେତେ ଦୂର ଯାଇଛି ଏବଂ ଯୋଜନା ସେମାନଙ୍କଠାରେ କେମିତି ପହଞ୍ଚିବ ତାହା ଉଲ୍ଲେଖ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

Get real time updates directly on you device, subscribe now.