fbpx

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ଓ ବିରୋଧୀମାନେ କସରତ ଆରମ୍ଭ କରିଦେଇଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି ।

ତେବେ ରାଜନାଥ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅନେକ ନେତାଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ସେ ମଲ୍ଲିକାର୍ଜୁନ ଖାର୍ଗେ, ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କ ପରି ବିରୋଧୀ ଶିବିରର ନେତାଙ୍କ ସହ ଆଲୋଚନା କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଶ୍ରୀ ନଡ୍ଡା ମଧ୍ୟ ଅନ୍ୟ ପାର୍ଟିର ନେତାଙ୍କ ସହ ଯୋଗସୂତ୍ର ରକ୍ଷା କରିଥିବା କୁହାଯାଉଛି ।

ତେବେ ରାଜନାଥ ସିଂହ ଇତିମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ନେଇ କଥାବାର୍ତ୍ତା କରିଥିବା ସୂତ୍ରୁର ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ସମାପ୍ତ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇସାରିଛି ।

Get real time updates directly on you device, subscribe now.