fbpx

ଓଡ଼ିଶା ଆସିବେ ରାଜନାଥ ସିଂହ, ବିଜେପି କୋର୍ କମିଟି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୨ରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତରେ ଆସିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ କର୍ମୀ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୟୁରଭଞ୍ଜରେ ବିଜେପି କୋର୍ କମିଟି ବୈଠକରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ସହ କାର୍ଯ୍ୟକ୍ରମର ସୁସଞ୍ଚାଳନ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Get real time updates directly on you device, subscribe now.