fbpx

ରକ୍ଷାବନ୍ଧନ ଦିନ ରହିବ ଛାୟା, ଜାଣନ୍ତୁ କେଉଁ ସମୟରେ ବାନ୍ଧିବେ ରାକ୍ଷୀ

ଓଡ଼ିଶା ଭାସ୍କର: ରକ୍ଷାବନ୍ଧନ ହିନ୍ଦୁ ଧର୍ମର ମୁଖ୍ୟ ଉତ୍ସବ, ଯାହା ଭାଇ-ଭଉଣୀଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ତେବେ ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ନିହାତି ଆବଶ୍ୟକ। କାରଣ ମାନ୍ୟତାନୁଯାୟୀ, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ପଡିଥାଏ।

କେତେବେଳେ ବାନ୍ଧିବେ ରାକ୍ଷୀ:
-ଦ୍ୱିପ୍ରହର ୧ଟା ୩୦ ମିନିଟରୁ ରାତି ୯ଟା ୮ମିନିଟ ପର୍ଯ୍ୟନ୍ତ।
-ରକ୍ଷାବନ୍ଧନ ପାଇଁ ଅପରାହ୍ଣର ମୁହୂର୍ତ୍ତ-ଦ୍ୱିପ୍ରହର ୧ଟା ୪୩ ମିନିଟରୁ ୪ଟା ୨୦ ମିନିଟ ପର୍ଯ୍ୟନ୍ତ।
-ରାକ୍ଷୀ ପାଇଁ ପ୍ରଦୋଷ କାଳର ମୁହୂର୍ତ୍ତ: ସଂଧ୍ୟା ୬ଟା ୫୬ରୁ ରାତି ୯ଟା ୮ମିନିଟ ପର୍ଯ୍ୟନ୍ତ।
-ରକ୍ଷା ବନ୍ଧନ ଭଦ୍ରା ଅନ୍ତ ଛାୟା: ସକାଳ ୫ଟା ୫୩ରୁ ଦ୍ୱିପ୍ରହର ୧ଟା ୩୧ ମିନିଟ ପର୍ଯ୍ୟନ୍ତ।

ରକ୍ଷା ବନ୍ଧନରେ ରାକ୍ଷୀ ବାନ୍ଧିବାର ସବୁଠାରୁ ଭଲ ସମୟ ହେଉଛି ଅପରାହ୍ଣ ସମୟ। ଯାହା ଦ୍ୱିପ୍ରହର ପରେ ହୋଇଥାଏ। ସେହିପରି ଭଦ୍ରା କାଳ ସମୟରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଆଦୌଂ ଠିକ ନୁହେଁ। ଏଥିରେ ୧୯ ଅଗଷ୍ଟ ଅର୍ଥାତ ରକ୍ଷା ବନ୍ଧନ ଦିନ ଦ୍ୱିପ୍ରହର ୧ଟା ୪୩ ମିନିଟର ସଂଧ୍ୟା ୪ଟା ୨୦ ମିନିଟ ପଯ୭୍ୟନ୍ତ ରାକ୍ଷୀ ବନ୍ଧା ଯାଇପାରିବ।

Get real time updates directly on you device, subscribe now.