ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ: ୮ ନା ୯ ଅଗଷ୍ଟରେ ପାଳନ ହେବ, ଜାଣନ୍ତୁ ଡିଟେଲ୍ସ
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କେବେ ହେବ ପାଳନ
ଓଡ଼ିଶା ଭାସ୍କର: ରାକ୍ଷୀ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ। ଏହି ଦିନ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ପିନ୍ଧାଇଥାଏ। ତେବେ ଜ୍ୟେତିଷଙ୍କ ଅନୁଯାୟୀ, ରାକ୍ଷୀ ବାନ୍ଧିବା ଲାଗି ଅପରାହ୍ଣର ସମୟ ସବୁଠୁ ଶୁଭ।
ହେଲେ ଯେବେ ଅପରାହ୍ଣ ସମୟରେ ଭଦ୍ରା ରହିଥାଏ ସେତେବେଳେ ରାକ୍ଷୀ ପ୍ରଦୋଷ କାଳରେ ବାନ୍ଧିବା ଉପଯୁକ୍ତ। ତେବେ ଏଥର ରକ୍ଷା ବନ୍ଧନର ପର୍ବ କେବେ ପାଳନ କରାଯିବ। ଏହିଦିନ ରାକ୍ଷୀ ପିନ୍ଧେଇବାର ମୁହୂର୍ତ୍ତ କଣ ରହିବ। ଆସନ୍ତୁ ଜାଣିବା..
ରାକ୍ଷୀ ପୂର୍ଣ୍ଣିମା କେବେ: ୨୦୨୫ରେ ରକ୍ଷା ବନ୍ଧନର ପର୍ବ ୯ ଅଗଷ୍ଠରେ ପାଳନ କରାଯିବ। ଏହି ଦିନ ଭଦ୍ରା ସୂର୍ଯ୍ୟଦୋୟ ପୂର୍ବରୁ ସମାପ୍ତ ହୋଇଯିବ।
ରକ୍ଷା ବନ୍ଧନର ଶୁଭ ମୁହୂର୍ତ୍ତ ୨୦୨୫: ରକ୍ଷା ବନ୍ଧନ ଦିନ ରାକ୍ଷୀ ବାନ୍ଧିବାର ଶୁଭ ସମୟ ସକାଳ ୬ଟା ୧୮ରୁ ଦ୍ୱିପ୍ରହର ୧ଟା ୨୪ ପର୍ଯ୍ୟନ୍ତ ରହିବ। ଅର୍ଥାତ ଏହି ଦିନ ରାକ୍ଷୀ ବାନ୍ଧିବା ପାଇଁ ୭ ଘଣ୍ଟା ୬ ମିନିଟ୍ର ସମୟ ମିଳିବ।