fbpx
BJD SKY
BJD SKY

କେବଳ ଏହି ସହରରେ ବିକ୍ରି ହୋଇଛି ୧ କୋଟି ଟଙ୍କାର ଶ୍ରୀରାମଙ୍କ ଲକେଟ, ୬୫ ହଜାରର ମୁଦ୍ରା

BJD

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଏବେ ଲକେଟ ଏବଂ ମୁଦ୍ରାର ବିକ୍ରି ସର୍ରାଫା ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଗ୍ରାହକମାନେ ଲଗାତାର ରାମଙ୍କ ଲକେଟ କିଣାକିଣି କରୁଛନ୍ତି । ରାମ ଚରିତ୍ରରେ ଖୋଦିତ ଅଳଙ୍କାର ଲକ୍ଷ୍ନୌରେ ରାମଙ୍କ ଲକେଟର ବଜାରରେ ଏକ କୋଟି ଟଙ୍କାର ବିକ୍ରି ପାର ହୋଇଛି ।

ଅଳଙ୍କାର ବଜାରରେ ରାମ ଲକେଟ ସୁନା ଏବଂ ହୀରାରେ ମଧ୍ୟ ଉପଲବ୍ଧ । ଏହା ବ୍ୟତୀତ ରାମ ଦରବାରର ମୁଦୀ ମଧ୍ୟ ବଜାରରେ ସୁନାର ମିଳୁଛି । ସୂଚନା ଅନୁଯାୟୀ, ୩୫ କିଲୋ ରୂପାର ରାମଙ୍କ ମୁଦ୍ରା ଏବଂ ୧ କିଲୋ ସୁନାର ମୁଦ୍ରା ବିକ୍ରି ହୋଇଛି । ହେଲେ ରୂପାର ମୁଦ୍ରା ଅଧିକ ବିକ୍ରି ହୋଇଛି । କାରଣ ଏହାର ଆରମ୍ଭ ୮୫୦ ଟଙ୍କାରୁ ହୋଇଛି । ଏଥିସହ ସୁନାର ମୂଲ୍ୟ ୬୫ ହଜାର ପାଖାପାଖି ଅଛି ।

ଏହି ମାମଲାର ଅଧିକ ସୂଚନା ଦେଇ ଲକ୍ଷ୍ନୌ ଆସୋସିଏସନର ଉପାଧ୍ୟକ୍ଷ ଆଦୀଶ ଜୈନ କହିଛନ୍ତି ଯେ, ଦେଶରେ ରାମଙ୍କ ମାହୋଲ ରହିଛି ଏବଂ ଲୋକମାନେ ରାମଙ୍କ ଦର୍ଶନ ପାଇଁ ଅଭିଳାଷୀ ଅଟନ୍ତି । ଅନ୍ୟପଟେ ଅଳଙ୍କାର ବଜାରରେ ମଧ୍ୟ ରାମଙ୍କ ଲକେଟ ଏବଂ ମୁଦୀର ଚାହିଦା ଲଗାତାର ବଢୁଛି । ଏହା ବ୍ୟତୀତ ରୂପା ଏବଂ ସୁନାର ରାମ ଦରବାର, ରୂପା ଫଟୋ ଫ୍ରେମ ଏବଂ ସୁନାର ମୁଦ୍ରା ମଧ୍ୟ ବିକ୍ରି ଲକ୍ଷ୍ନୌ ବଜାରରେ ହୋଇଛି ।

Get real time updates directly on you device, subscribe now.