fbpx
BSKY SKY
BSKY SKY

ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ; ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

BSKY

ଭୁବନେଶ୍ୱର: ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ । ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୟୁନିଟ- ୧ ଆଦିବାସୀ ପଡ଼ିଆରେ ୧୧ ଦିନ ଚାଲିବ ଆଦିବାସୀ ମେଳା । ୧୦୯ଟି ଷ୍ଟଲ ପଡ଼ିଛି, ଫେବ୍ରୁଆରୀ ୫ ଯାଏଁ ଚାଲିବ ମେଳା ।

ମିଳିଥିବା ସୂତ୍ର ମୁତାବକ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଦ୍ୱାରା ଏହି ଆୟୋଜନ କରାଯିବ । ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲ ରହିବ । ଏଥର ମେଳାରେ ଲାଞ୍ଜିଆ ସୌରା, ବଣ୍ଡା, ଚକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ ଆଦି ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେବେ ।

୧୧ ଦିନ ଧରି ଏହି ମେଳାରେ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବେ । ଏଥିସହିତ ବିଭାଗ ଦ୍ୱାରା ନାଟକ ମଧ୍ୟ ମଞ୍ଚସ୍ଥ ହେବ । ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ସର୍ବସାଧାରଣଙ୍କ ପାଇଁ ଚାଲିବ । ଏହି ମେଳାରେ ରାଜଧାନୀ ବାସିନ୍ଦା ପୁରପଲ୍ଲୀର ମହକକୁ ଅଙ୍ଗେ ନିଭେଇ ପାରିବେ । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା, ହସ୍ତଶିଳ୍ପର ଷ୍ଟଲରେ ଚକୁଳି, କାଠ ଚୁଲି ତିଆରି ମଣ୍ଡା, ଆରିଶା ପିଠା ଦର୍ଶକଙ୍କୁ ଆକର୍ଷିତ କରିବ । ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିବ।

Get real time updates directly on you device, subscribe now.