fbpx

ଜିଓ ୟୁଜର୍ସଙ୍କୁ ବଡ ଉପହାର, ମାତ୍ର ୨୧୯ ଟଙ୍କାରେ ଅନଲିମିଟେଡ୍ ୫ଜି ଡାଟା

ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବହୁ ରିଚାର୍ଜ ପ୍ଲାନର ଅପ୍ସନ ମିଳିଥାଏ । କମ୍ପାନୀ ଶସ୍ତା ମହଙ୍ଗା ବହୁ ପ୍ଲାନ ଦେଇଥାଏ ଓ ଏହାର ଅଧିକାଂଶ ପ୍ଲାନରେ ଆପଣଙ୍କୁ ୫ଜି ଡାଟା ମିଳିଥାଏ । ତେବେ ୫ଜି ଡାଟା ଆକ୍ସେସ୍ ଉପରେ କମ୍ପାନୀର ନିୟମ ରହିଛି । ୨୧୯ଟଙ୍କାରୁ କମ୍ ରିଚାର୍ଜ ପ୍ଲାନରେ ଆପଣଙ୍କୁ ଅନଲିମିଟେଡ୍ ୫ଜି ଡାଟା ଆକ୍ସେସ୍ ମିଳିବ ନାହିଁ ।

ତେବେ ଜିଓର ଏହି ବିଶେଷ ସୁବିଧା ପାଇବା ପାଇଁ ୫ଜି ସ୍ମାର୍ଟଫୋନ ସହିତ ୫ଜି ନେଟୱାର୍କ ଆକ୍ସେସ ଥିବା ଉଚିତ । କମ୍ପାନୀ ଜିଓ ୱେଲକମ୍ ଅଫର ଜରିଆରେ ଏହି ପ୍ଲାନ ଆକ୍ସେସ ଦେଉଛି । ଜିଓର ଏହି ୨୧୯ ଟଙ୍କା ପ୍ଲାନ ୧୪ ଦିନ ଭାଲିଡିଟି ସହ ଆସୁଛି । ଏଥିରେ ୟୁଜର୍ସଙ୍କୁ ମୋଟ ୪୪ଜିବି ଡାଟା ମିଳିଥାଏ ।

ଜିଓର ଏହି ପ୍ଲାନ ଦୈନିକ ୩ଜିବି ଡାଟା ଅଫର କରିଥାଏ । କିନ୍ତୁ ଏଥିରେ ଆପଣଙ୍କୁ ଜିଓ ଅନଲିମିଟେଡ୍ ୫ଜି ଡାଟାର ଆକ୍ସେସ୍ ମିଳିବ । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ୍‌୍ କଲିଂ ସହିତ ଦୈନିକ ମାଗଣା ୧୦୦ଏସଏମଏସ୍ ସୁବିଧା ମିଳିବ । ଏହି ପ୍ଲାନ ସହିତ ଆପଣଙ୍କୁ ଏକ୍ସଟ୍ରା ଡାଟା ବି ମିଳିବ ।

Get real time updates directly on you device, subscribe now.