fbpx

ରାମ ମନ୍ଦିର ଫଟୋ ଏଡିଟ୍ କରି ଲଗାଇଲେ ପାକିସ୍ତାନ ପତାକା, ଜଣେ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କେବଳ ହିନ୍ଦୁ ନୁହଁନ୍ତି ସବୁ ଧର୍ମର ଲୋକମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ରଖିଥାନ୍ତି । ଏହିସବୁ ମଧ୍ୟରେ କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ଯୁବକ ଆପତ୍ତିଜନକ ପୋଷ୍ଟ କରିଛନ୍ତି, ଯାହା ସାମନାକୁ ଆସିବା ପରେ ହିନ୍ଦୁ ସଂଗଠନ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଛି ।
ଫେସବୁକ୍‌ରେ ଭାଇରାଲ୍ ପୋଷ୍ଟକୁ ନେଇ ଲୋକମାନେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେମାନେ ଲେଖିଛନ୍ତି କି ଜଣେ ଯୁବକ ରାମ ମନ୍ଦିର ଫଟୋ ଏଡିଟ୍ କରି ତାହା ଉପରେ ପାକିସ୍ତାନର ୩ଟି ପତାକା ଲଗାଇଛନ୍ତି । କେବଳ ଏତିକି ନୁହେଁ ଏହା ଉପରେ ବାବରୀ ମସଜିଦ୍ ଲେଖି ଫଟୋକୁ ଭାଇରାଲ କରାଇଛନ୍ତି ।

ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ଆକ୍ସନରେ ଆସିଛି ଓ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ଏହାସହିତ ପୋଲିସ ଅଭିଯୁକ୍ତର ପୋଷ୍ଟ ଡିଲିଟ୍ କରି ଦେଇଛିି ଓ ଏ ମାମଲାରେ ଅଧିକ ଯାଞ୍ଚ ଜାରି ରଖିଛି । ପୋଲିସ କହିଛି ଅଭିଯୁକ୍ତ ତାଜୁଦ୍ଦିନ ଦାଦେଦାର ଗଡଗ ଅଞ୍ଚଳରେ ରୁହନ୍ତି । ଆମେ ତାକୁ ଗିରଫ କରିଛୁ ଓ ତା’ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛୁ ।

Get real time updates directly on you device, subscribe now.