fbpx

ପ୍ରକାଶ ପାଇଲା ରାମ ମନ୍ଦିର ଉଦଘାଟନର ପୂର୍ଣ୍ଣ କାର୍ଯ୍ୟସୂଚୀ: ରାମଲଲାଙ୍କ ମୂର୍ତ୍ତି ସ୍ଥାପନା ଠାରୁ ଆରମ୍ଭ କରି ପ୍ରାଣ ପ୍ରତିଷ୍ଠା ଯାଏଁ ସମ୍ପୂର୍ଣ୍ଣ ବିଷୟରେ ଜାଣନ୍ତୁ

ଓଡିଶା ଭାସ୍କର: ଐତିହାସିକ ତଥା ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ସମ୍ପର୍କରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମନ୍ଦିର ଉଦଘାଟନର ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥିରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତି ସ୍ଥାପନା ଠାରୁ ଆରମ୍ଭ କରି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଯାଏଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି। ତେବେ ଚଳିତ ଜାନୁୟାରୀ ୧୫ ଠାରୁ ୨୨ ତାରିଖ ଯାଏଁ ରାମ ମନ୍ଦିର ଅନ୍ତିମ ପ୍ରସ୍ତୁତି ଏବଂ ପବିତ୍ର ରୀତିନୀତି ସବୁ ରହିଛି।

ରାମ ମନ୍ଦିର ଉଦଘାଟନର ପୂର୍ଣ୍ଣ କାର୍ଯ୍ୟସୂଚୀ ଜାଣନ୍ତୁ:-

ଜାନୁୟାରୀ ୧୫, ୨୦୨୪ – ଖର୍ମା ସିଦ୍ଧାନ୍ତ ଏବଂ ମକର ସଂକ୍ରାନ୍ତି
ଜାନୁୟାରୀ ୧୬, ୨୦୨୪ – ଆବାସ ରୀତିନୀତିର ଆରମ୍ଭ
ଜାନୁୟାରୀ ୧୭, ୨୦୨୪ – ରାମଲାଲାଙ୍କ ପ୍ରତିମୂର୍ତ୍ତିର ସହର ପରିକ୍ରମା
ଜାନୁୟାରୀ ୧୮, ୨୦୨୪ – ସମର୍ପଣ ରୀତିନୀତିର ଆରମ୍ଭ
ଜାନୁୟାରୀ ୧୯, ୨୦୨୪ – ଯଜ୍ଞକୁଣ୍ଡ ବା ଅଗ୍ନି ଗର୍ତ୍ତର ପ୍ରତିଷ୍ଠା
ଜାନୁୟାରୀ ୨୦, ୨୦୨୪ – ୮୧ କଳସ ଏବଂ ବାସ୍ତୁ ସହିତ ପବିତ୍ରତା
ଜାନୁୟାରୀ ୨୧, ୨୦୨୪ – ମହାସ୍ନାନ ରୀତିନୀତି
ଜାନୁୟାରୀ ୨୨, ୨୦୨୪ – ରାମ ମନ୍ଦିର ପ୍ରତିଷ୍ଠା ଦିବସ

ପ୍ରାଣ ପ୍ରତିଷ୍ଠା ଉତ୍ସବର ଶୁଭ ମୁହୂର୍ତ୍ତ:-

ପ୍ରଭୁ ରାମଲଲାଙ୍କ ମୂର୍ତ୍ତି ସ୍ଥାପନା ମୂହୁର୍ତ୍ତର ଏକ ସ୍ୱତନ୍ତ୍ର ଯୋଜନା ରହିଛି। ଜାନୁୟାରୀ ୨୨ ତାରିଖର ରାତ୍ର ୧୨ଟା ୨୯ ରୁ ୧୨ଟା ୩୦ ମଧ୍ୟରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତି ସ୍ଥାପନା ହେବ ବୋଲି ଜଣାପଡିଛି। ଏହାପରେ ନିର୍ଦ୍ଧାରିତ ୮୪ ସେକେଣ୍ଡ ମଧ୍ୟରେ ସ୍ୱତନ୍ତ୍ର ରୀତିନୀତି ଦ୍ୱାରା ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ।

ସୂଚନା ଥାଉକି, ଭବ୍ୟ ଶ୍ରୀମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ତେବେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାକୁ ନେଇ ସାରା ଦେଶରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ଏଠାରେ କହି ରଖୁଛୁ ଯେ, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସମ୍ପୂର୍ଣ୍ଣ ସ୍ପଷ୍ଟ ତଥ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ। ଏନେଇ ସ୍ୱତନ୍ତ୍ର ଭାବେ ଆମେ ଆପଣଙ୍କ ପାଇଁ ରିପୋର୍ଟ ପ୍ରକାଶ କରିବୁ।

Get real time updates directly on you device, subscribe now.