PHOTO:ଇସ୍ରୋ ଦେଖାଇଲା ଶ୍ରୀ ରାମଲଲାଙ୍କ ମନ୍ଦିରର ଉପଗ୍ରହ ଚିତ୍ର, ନିର୍ମାଣରେ ବି ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଏହାରି ମଧ୍ୟରେ ଭାରତର ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ମହାକାଶରୁ ଭବ୍ୟ ରାମ ମନ୍ଦିରର ଝଲକ ସେୟାର କରିଛନ୍ତି । ଇସ୍ରୋ ଏହାର ସ୍ୱଦେଶୀ ଉପଗ୍ରହ ସାହାଯ୍ୟରେ ଏହି ଫଟୋ ନେଇଛି ।

ଭାରତୀୟ ରିମୋଟ୍ ସେନ୍ସିଂ ସାଟେଲାଇଟ୍ ଜରିଆରେ ନିଆଯାଇଥିବା ଏହି ଫଟୋରେ ୨.୭ ଏକରରେ ବ୍ୟାପିଥିବା ରାମ ଜନ୍ମଭୂମି ସ୍ଥଳ ନଜର ଆସୁଛି । ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରର ଏହି ଫଟୋ ୧୬ ଡିସେମ୍ବରରେ ନିଆଯାଇଥିଲା । ସେବେଠାରୁ ଅଯୋଧ୍ୟାରେ ଘନ କୁହୁଡି ଛାଇ ରହିଛି ଯେଉଁ କାରଣରୁ ସ୍ପଷ୍ଟ ଫଟୋ ନେବା ସମ୍ଭବ ହୋଇପାରିନାହିଁ ।
ଇସ୍ରୋର ଏହି ଫଟୋରେ ଦଶରଥ ମହଲ ଓ ସରଜୁ ନଦୀ ସ୍ପଷ୍ଟ ନଜର ଆସୁଛି । ଏହା ବ୍ୟତିତ ଅଯୋଧ୍ୟାର ରେଳ ଷ୍ଟେସନ ମଧ୍ୟ ନଜର ଆସୁଛି ।

Latest and Breaking News on NDTV

ଏଠାରେ ସୂଚାଇ ଦିଆଯାଇପାରେ କି ରାମ ମନ୍ଦିର ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଇସ୍ରୋର ଟେକନିକ୍ ଉପଯୋଗ କରାଯାଇଛି । ଏହି ଭବ୍ୟ ପରିଯୋଜନାରେ ଏକ ବଡ ଆହ୍ୱାନ ଥିଲା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ଲାଗି ସଠିକ୍ ସ୍ଥାନ ନିରୂପଣ କରିବା । ଯେଉଁ ଟ୍ରଷ୍ଟ ମନ୍ଦିର ନିର୍ମାଣ ଦାୟିତ୍ୱ ନେଇଛି ତାକୁ ଏହି ଦାୟିତ୍ୱ ଦିଆଯାଇଥିଲା କି ମୂର୍ତ୍ତି ଗର୍ଭଗୃହ ଭିତରେ 3×6 ବାଲା ଜାଗାରେ ରଖାଯିବ ଯେଉଁଠି ଭଗବାନ ରାମଙ୍କ ଜନ୍ମ ହୋଇଥିଲା ବୋଲି ମନେ କରାଯାଏ । ଏହା କହିବା ଯେତିକି ସହଜ ଥିଲା କରିବା କିନ୍ତୁ ସେତିକି କଷ୍ଟ ଥିଲା । କାରଣ ରାମ ମନ୍ଦିର ଧ୍ୱଂସ ହେବାର ୩ ଦଶକ ପରେ ନୂଆ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏହି ସ୍ଥିତିରେ ସ୍ପେସ୍ ଟେକ୍ନୋଲଜି କାମରେ ଆସିଥିଲା । ଗର୍ଭଗୃହରେ ଏହି ସଠିକ୍ ସ୍ଥାନର ନିରୂପଣ ପାଇଁ ନିର୍ମାତା କମ୍ପାନୀ ଲାର୍ସନ ଆଣ୍ଡ ଟ୍ୟୁବ୍ରୋର ଇଂଜିନିୟରମାନେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ(GPS) ଆଧାରିତ ନିର୍ଦ୍ଦେଶାଙ୍କର ଉପଯୋଗ କରିଥିଲେ ।