fbpx

‘ରାମାରାଓ ଅନ୍ ଡ୍ୟୁଟି’ ଫିଲ୍ମରେ ଇଣ୍ଟେନ୍ସ୍ ଲୁକରେ ନଜର ଆସିଲେ ରବି ତେଜା, ଦେଖନ୍ତୁ ଫାର୍ଷ୍ଟ ପୋଷ୍ଟର୍

ମୁମ୍ବାଇ: ସାଉଥ୍ ଇଣ୍ଡିଆ ସୁପରଷ୍ଟାର୍ ରବିତେଜାଙ୍କର ଫିଲ୍ମ ଆରଟି୬୮ର ଫାର୍ଷ୍ଟ ଲୁକ୍ ରିଲିଜ୍ ହୋଇଛି । ଏହା ରବିତେଜାଙ୍କର ୬୮ ନମ୍ବର ଫିଲ୍ମ ହୋଇଥିବା ବେଳେ ଏହାର ପୂରା ନାମ ହେଉଛି “ରାମାରାଓ ଅନ୍ ଡ୍ୟୁଟି” । ଫିଲ୍ମର ପୋଷ୍ଟରରେ ମାସ୍ ମହାରାଜା ରବିତେଜାଙ୍କର ଇଣ୍ଟେସ୍ ଲୁକ୍ ଦେଖିବାକୁ ମିଳିଛି । ଯାହାକୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ପୋଷ୍ଟର୍ ଟିକୁ ମେକର୍ସ ମାନେ ଆଜି ହିଁ ରିଲିଜ୍ କରିଛନ୍ତି । ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ଏହାକୁ ଲକ୍ଷ ଲକ୍ଷ ଫ୍ୟାନ୍ସ ଲାଇକ୍ କରିଛନ୍ତି ।

ଫିଲ୍ମ ସମ୍ପର୍କରେ ରବିତେଜା କିଛି ଦିନ ତଳେ ଜୁଲାଇ ୧ ତାରିଖରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଆରଟି୬୮ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଆଜି ତାଙ୍କ ଫିଲ୍ମ ର ପୋଷ୍ଟର୍ ରିଲିଜ୍ ହେବା ପରଠାରୁ “ରାମାରାଓ ଅନ୍ ଡ୍ୟୁଟି” ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଟ କରୁଛି । ଫିଲ୍ମ ଟିକୁ ଜୁଲାଇ ୧ ତାରିଖରେ ହାଇଦ୍ରାବାଦ୍ ରେ ସୁଟ୍ କରାଯିବା ଆରମ୍ଭ ହୋଇଥିଲା । କୁହାଯାଉଛି ଯେ, ରବି ତେଜାଙ୍କ ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ । ଏଥିରେ ଏକଦମ୍ ନୂଆ ଲୁକ୍ ରେ ରବି ନଜର ଆସିବେ ।

Get real time updates directly on you device, subscribe now.