fbpx
BJD
BJD SKY
BJD SKY

ଦୂରଦର୍ଶନରେ ହେବ ରାମଲାଲାଙ୍କ ଭବ୍ୟ ଦର୍ଶନ: ପ୍ରତିଦିନ ସକାଳ ୬.୩୦ରେ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଦୂର ଦର୍ଶନ ନ୍ୟାସନାଲ୍ ଏବେ ପ୍ରତ୍ୟେକ ଦିନ ସକାଳ ୬:୩୦ ରେ ଅଯୋଧ୍ୟାରେ ଥିବା ରାମଲାଲା ମନ୍ଦିରରୁ ଭବ୍ୟ ଆରତୀକୁ ସିଧା ପ୍ରସାରଣ କରିବ । ଏଣିକି ପ୍ରତ୍ୟେକ ଦିନ ଭକ୍ତମାନେ ଭଗବାନ ରାମଲାଲାଙ୍କ ଐଶ୍ୱରୀୟ ଦର୍ଶନ ପାଇପାରିବେ ।

ତେବେ ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ । ପ୍ରତିଦିନ ହଜାର ହଜାର ଭକ୍ତ ମନ୍ଦିରରେ ପହଞ୍ଚନ୍ତି ଏବଂ ରାମଲାଲାର ଦର୍ଶନ କରନ୍ତି । ରାମଲାଲାଙ୍କ ଝଲକ ପାଇବା ପାଇଁ ଭକ୍ତଙ୍କ ଏକ ବିରାଟ ଜନସମାଗମ ହୋଇଥାଏ ।

ପ୍ରାଣ ପ୍ରତିଷ୍ଠା ପରେ ଭକ୍ତଙ୍କ ସାମ୍ନାରେ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ତାଙ୍କ ଆଡକୁ ଚାହିଁ ରହିଥିଲେ । ଶ୍ୟାମଳ ମନୋହର ବାଳରୂପରେ ଶ୍ରୀରାମଙ୍କୁ ଦେଖି ଭକ୍ତଙ୍କ ଆଖି ଥକ୍କୁ ନାହିଁ । ଏହ ବିଲକୁଲ ସେପରି ଥିଲା, ଯେପରି ସାଧୁ କବିମାନେ ରାମଙ୍କର ଛବି ବର୍ଣ୍ଣନା କରିଥିଲେ । ଏବେ ଦୂରଦର୍ଶନରେ ରାମଲାଲାଙ୍କ ଲାଇଭ୍ ଆରତିିର ଟେଲି ପ୍ରସାରଣ ଖବର ଆସିବା ମାତ୍ରେ ଲୋକଙ୍କ ଖୁସିର କୌଣସି ସୀମା ନାହିଁ ।

Get real time updates directly on you device, subscribe now.