fbpx

ଓଡ଼ିଶା ପୋଲିସ ସେବା କ୍ୟାଡର ପୁନର୍ଗଠିତ: ପଦବୀ ସଂଖ୍ୟା ୮୭୩କୁ ବୃଦ୍ଧି, ଗୃହ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ପୋଲିସ ବିଭାଗରେ ବରିଷ୍ଠ ପାହ୍ୟାରେ ଏକାଧିକ ପଦବୀ ସୃଷ୍ଟି କରାଯାଇଛି । ଏଥିପାଇଁ ଓଡ଼ିଶା ପୋଲିସ ସେବା (ଓପିଏସ) କ୍ୟାଡର ପୁନର୍ଗଠନ କରାଯାଇଛି । ପୂର୍ବରୁ ୭୯୬ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଥିବା ବେଳେ ଏବେ କ୍ୟାଡର ପୁନର୍ଗଠନ ହେବା ପରେ ଉକ୍ତ ପଦ ସଂଖ୍ୟା ୮୭୩କୁ ବୃଦ୍ଧି ପାଇଛି । ଏନେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

୫୧ଟି ଓପିଏସ ପଦବୀ ଉଚ୍ଛେଦ କରାଯାଇଥିବା ବେଳେ ୨୮ଟି ନୂଆ ଏସପି ପଦବୀ ସୃଷ୍ଟି କରାଯାଇଛି । ୧୫ଟି ସାଇବର ଡିଏସପି, ବିପିଏସପିଏ ୮ ଡିଏସପି, ଅନୁଗୁଳ ପିଟିସିରେ ୫ ଡିଏସପି, ଯାଜପୁର ବରି ପିଟିଆଇରେ ୫ ଡିଏସପି, ନୟାଗଡ଼ ପିଟିଏସରେ ୩ ଡିଏସପି, ବର୍ଲା ପିଟିଆଇରେ ୩ ଡିଏସପି ପଦବୀ ସୃଷ୍ଟି କରାଯାଇଛି । ୨୦ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଜଣେ ଲେଖାଏଁ ଅତିରିକ୍ତ ଏସପି ନିଯୁକ୍ତି ପାଇବେ ।

ଭୁବେନଶ୍ୱରରେ ୩, ବିପିଏସପିଏରେ ୨, ପିଟିଆଇ ବରିରେ ୧, ଅନୁଗୁଳ ପିଟିସିରେ ୨, ଏସଏଫଏସଏଲରେ ୧, କ୍ରାଇମବ୍ରାଞ୍ଚରେ ୩, ଇଓଡବ୍ଲ୍ୟୁରେ ୧, ଏସଟିଏଫ ଭୁବନେଶ୍ୱରରେ ୧, ଗୁଇନ୍ଦା ବିଭାଗର ସ୍ପେଶାଲ ବ୍ରାଞ୍ଚରେ ୧୨, ଓଏଚଆରସିରେ ୨, ଲୋକାୟୁକ୍ତରେ ଜଣେ ଅତିରିକ୍ତ ଏସପି ପଦବୀ ସୃଷ୍ଟି କରାଯାଇଛି । ୪ ନୂଆ ଏସପି ଭିଜିଲାନ୍ସ, କମିଶନରେଟ ପୋଲିସ (ଡିସିପି ଅଫିସ)ରେ ୧ ଡିସିପି, ରେଳବାଇରେ ୪ ଏସପି ପଦବୀ ସୃଷ୍ଟି ହୋଇଛି । କାର୍ଯ୍ୟକାରୀ ଥିବା ଓପିଏସ ଗ୍ରୁପ-ଏ (ଜେବି)ରେ ୩୭ଟି ପଦବୀ ଉଚ୍ଛେଦ କରାଯାଇଛି । ଓପିଏସ ଗ୍ରୁପ-ଏ (ଏସବିରେ ୪୯ଟି ପଦବୀ, ଓପିଏସ (ଏସପିଏସ)ରେ ୨୮ଟି ଓ ଓପିଏସ (ଏସଏଜି)ରେ ୧୦ଟି ପଦବୀ ସୃଷ୍ଟି କରାଯାଇଛି ।

Get real time updates directly on you device, subscribe now.