fbpx

ଗୋଲାପୀ ପୋଷାକରେ ଭକ୍ତଙ୍କ ସହ ପ୍ରଥମ ହୋଲି ଖେଳିଲେ ରାମଲାଲା, ସାମ୍ନାକୁ ଆସିଲା ମନଲୋଭା ଫଟୋ

ଅଯୋଧ୍ୟା: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ସୋମବାର ଭବ୍ୟ ହୋଲି ଉତ୍ସବର ଆୟୋଜନ କରାଯାଇଛି । ସକାଳୁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ମନ୍ଦିର ପହଞ୍ଚିଛନ୍ତି ଓ ରାମଲାଲାଙ୍କ ସହ ହୋଲି ଖେଳିଛନ୍ତି । ନିଜ ଆରାଧ୍ୟଙ୍କୁ ଅବିର ରଙ୍ଗରେ ରଙ୍ଗେଇ ଭକ୍ତ ବେଶ୍ ଆହ୍ଲାଦିତ ହୋଇଛନ୍ତି ।

ରାମ ମନ୍ଦିର ପ୍ରାଙ୍ଗଣରେ ପୂଜାରୀ ପୁଷ୍ପ ବର୍ଷା କରିଛନ୍ତି ଓ ଭଗବାନଙ୍କ ସହ ହୋଲି ଖେଳିଛନ୍ତି । ଏହାସହିତ ରାଗ, ଭୋଗ ଓ ଶୃଙ୍ଗାର ମାଧ୍ୟମରେ ଭଗବାନଙ୍କୁ ଅବିର ଅର୍ପଣ କରିଛନ୍ତି । ପୂଜାରୀଗଣ ଶ୍ରଦ୍ଧାଳୁଙ୍କ ସହ ମିଶି ହୋଲି ଗୀତ ଗାଇଛନ୍ତି ଓ ରାମଲାଲାଙ୍କ ପ୍ରସନ୍ନ କରିବାକୁ ମୂର୍ତ୍ତି ନିକଟରେ ନୃତ୍ୟ କରିଛନ୍ତି ।

ରାମ ମନ୍ଦିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଥମ ହୋଲି ପାଳନ କରାଯାଉଛି । ରାମଲାଲାଙ୍କ ଆକର୍ଷଣୀୟ ମୂର୍ତ୍ତିକୁ ଫୁଲରେ ସଜା ଯାଇଛି । ମଥାରେ ଅବିର ଲଗାଯାଇଛି । ଏହି ଅବସରରେ ରାମଲାଲାଙ୍କ ମୂର୍ତ୍ତିକୁ ଗୋଲାପ ପୋଷାକ ପିନ୍ଧାଯାଇଛି ।

Get real time updates directly on you device, subscribe now.