fbpx

ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛନ୍ତି ରଣବୀର କପୁର, ଭାଇରାଲ ହେଉଛି ଭିଡ଼ିଓ…

Advertisement

ମୁମ୍ବାଇ: ନିକଟରେ କ୍ରିସମାସ୍ ପର୍ବକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥିଲେ । ବି-ଟାଉନ୍ ସେଲିବ୍ରିଟିମାନେ ମଧ୍ୟ କ୍ରିସମାସ୍‌କୁ ନିଜ ନିଜ ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ । ଏଥିମଧ୍ୟରେ ବଲିଉଡ଼ ଅଭିନେତା ରଣବୀର କପୁରଙ୍କ କ୍ରିସମାସ୍ ସେଲିବ୍ରେସନକୁ ନେଇ ବେଶ ଚର୍ଚ୍ଚା ହେଉଛି । କ୍ରିସମାସ୍ ସେଲିବ୍ରେସନ ସମୟରେ ରଣବୀର ଏବଂ ତାଙ୍କ ପରିବାର ବର୍ଗ ଲୋକମାନଙ୍କ ଧାର୍ମିକ ଭାବନାକୁ ଆହତ କରିଥିବା ନେଇ ବୁଧବାର ଘାଟକୋପର ଥାନାରେ ଅଭିଯୋଗ ହୋଇଥିଲା ।
ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ହିନ୍ଦୁ ଧର୍ମରେ ଅନ୍ୟ ଦେବୀ ଦେବତାଙ୍କୁ ସ୍ମରଣ କରିବା ପୂର୍ବରୁ ଅଗ୍ନି ଦେବଙ୍କୁ ପ୍ରଥମେ ଆହ୍ୱାନ କରାଯାଇଥାଏ । କିନ୍ତୁ ରଣବୀର କପୁର ଏବଂ ତାଙ୍କ ପରିବାର ସଦସ୍ୟ ଅନ୍ୟ ଧର୍ମର ପର୍ବ ପାଳନ କରିବା ସମୟରେ ଏହାର ଅବମାନନା କରିଛନ୍ତି । ସେମାନେ ଉଦ୍ଦେଶ୍ୟମୂୂଳକ ଭାବେ କେକ୍ କାଟିବା ପୂର୍ବରୁ ମାଦକଦ୍ରବ୍ୟର ବ୍ୟବହାର କରିବା ସହ ‘ଜୟ ମାତା ଦି’ ଉଚ୍ଚାରଣ କରିଥିଲେ । ଏହା ଲୋକମାନଙ୍କ ଧାର୍ମିକ ଭାବନାକୁ ଆହତ କରିଛି । ଦେଖନ୍ତୁ ଏହି ଭିଡ଼ିଓ…

Get real time updates directly on you device, subscribe now.