fbpx

ଟ୍ୟୁସନ ଛାତ୍ରୀଙ୍କ ସହ ବର୍ଷ ବର୍ଷ ଧରି ଦୁଷ୍କର୍ମ: ଶିକ୍ଷକ ଛାତ୍ରୀଙ୍କୁ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍

ପାଟନା, ୮ା୨: ବିହାରର ସହରସା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏହି ଘଟଣାରେ ଜଣେ ଶିକ୍ଷକଙ୍କ କଳାକାରନାମା ପଦାକୁ ଆସିଛି । ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ଏବ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି ।

ସପ୍ତମ ଶ୍ରେଣୀର ପଢ଼ୁଥିବା ଉକ୍ତ ନାବାଳିକା ଛାତ୍ରୀଜଣକ ୪ ମାସର ଗର୍ଭବତୀ ହେବା ଖବର ପ୍ରଘଟ ହୋଇଯାଇଥିଲା । ପଞ୍ଚାୟତ ସଭାରେ ଅଭିଯୁକ୍ତ ଶିକ୍ଷକ ନାବାଳିକାଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ । ମାତ୍ର ଏହାର ଚାରି ଦିନ ପରେ ସମ୍ପୃକ୍ତ କଳଙ୍କିତ ଶିକ୍ଷକ ଜଣକ ନାବାଳିକାଙ୍କୁ ଗର୍ଭନଷ୍ଟ ମେଡିସିନ ଖୁଆଇ ଦେଇଥିଲେ । ଏହାପରେ ନାବାଳିକା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏନେଇ ମହିଳା ଥାନାରେ ଏକ ମାମଲା ଦାୟର କରାଯାଇଛି । ଶିକ୍ଷକ ଜଣଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ନାବାଳିକାଙ୍କ ପରିବାର ବର୍ଗ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.