fbpx

ବାହାଘର ପାଇଁ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ରେକର୍ଡ ସ୍ତରରୁ ୯୦୦୦ କମିଲା ଦାମ୍, ଜାଣନ୍ତୁ ଆଜିର ସୁନା ରେଟ୍

ନୂଆଦିଲ୍ଲୀ,୮।୨ : ଯଦି ବାହାଘର ପାଇଁ ସୁନା କିଣିବାକୁ ଚାଁହୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ଆଜି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି । MCX ଉପରେ ମାର୍ଚ୍ଚର ଫ୍ୟୁଚର ଟ୍ରେଡ଼ରେ ସୁନା ୩୯.୦୦ ଟଙ୍କା ହ୍ରାସ ହୋଇ ୪୭,୨୧୭.୦୦ ଟଙ୍କା ସ୍ତରରେ ରହିଥିଲା । ଏଥି ସହିତ ମାର୍ଚ୍ଚର ଫ୍ୟୁଚର ଟ୍ରେଡ଼ରେ କାରବାର ୧୩୦.୦୦ ଟଙ୍କା ହ୍ରାସ ପାଇ ୬୮,୬୦୮.୦୦ ଟଙ୍କା ସ୍ତରରେ ଥିଲା ।

ଗତ ୬ ଟି ବାଣିଜ୍ୟ ସେସନ ମଧ୍ୟରୁ ୫ ଟି ସେସନରେ ସୁନା ଦାମ୍ ହ୍ରାସ ପାଇଛି । ଯେଉଁ କାରଣରୁ ଅଗଷ୍ଟ ୨୦୨୦ ରେ ୧୦ ଗ୍ରାମ ପ୍ରତି ଦାମ୍ ୫୬,୨୦୦ ଟଙ୍କା ରେକର୍ଡରୁ ସୁନା ୯୦୦୦ ଟଙ୍କା ଶସ୍ତା ହୋଇଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ସୁନାରେ ବିକ୍ରି ମଧ୍ୟ ପ୍ରାଧାନ୍ୟ ବିସ୍ତାର କରୁଛି । ଆମେରିକାରେ ସୁନା କାରବାର ସୋମବାର ଦିନ ୨.୯୨ ଡଲାର ହ୍ରାସ ପାଇ ପ୍ରତି ଆଉନ୍ସ ୧,୮୧୧.୨୨ ଡଲାରରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ସୁନାର ଦାମ୍?
-: ୨୨ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) – ୪୬୨୨୦ ଟଙ୍କା
-: ୨୪ କ୍ୟାରେଟ୍ ସୁନା ଦାମ୍ (ପ୍ରତି ୧୦ ଗ୍ରାମ) – ୫୦୪୨୦ ଟଙ୍କା
-: ରୂପା ଦାମ୍ (ପ୍ରତି କେଜି) – ୬୮୭୦୦ ଟଙ୍କା

ତେବେ ୨୦୨୧-୨୨ ଆର୍ଥୀକ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ଆମଦାନୀ କର ଉପରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ ଘଟିଛି । ବର୍ତ୍ତମାନ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ୫ ପ୍ରତିଶତ ରିହାତି ପରେ କେବଳ ୭. ୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିବ ।

Get real time updates directly on you device, subscribe now.