fbpx

Rape With Cow:ଦାନଵ ସାଜିଲା ମାନବ, ଗାଈକୁ ଦଉଡିରେ ବାନ୍ଧି କରିଲା ବଳାତ୍କାର

ପୁଡୁଚେରୀ:ତାମିଲନାଡୁର ପୁଡୁଚେରୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ କିଛି ଅଜ୍ଞାତ ବ୍ୟକ୍ତି ଗାଈକୁ ସେମାନଙ୍କର ଯୌନ ଲାଳସାର ଶିକାର କରିଛନ୍ତି। ଅଭିଯୁକ୍ତ ଗାଈକୁ ଦଉଡିରେ ବାନ୍ଧି ତାସହ ବଳାତ୍କାର କରିଥିଲେ, ଯେଉଁଥିପାଇଁ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛି । ସୂଚନାମୁତାବକ ତାମିଲନାଡୁର ପୁଡୁଚେରୀର ୟାନାମରେ କିଛି ଲୋକ ଗଞ୍ଜେଇ ନିଶାରେ ଗାଈ ସହ ଏଭଳି ନିନ୍ଦାଜନକ କାର୍ଯ୍ୟ କରିଥିଲେ। ଏହି ଘଟଣା ପରେ ପୀଡିତା ଗାଈର ମୃତ୍ୟୁ ଘଟିଛି।

ସୂଚନାନୁସାରେ, ବୁଧବାର ରାତିରେ ୟାନାମର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ନଡ଼ିଆ ବନରେ ଏହି ଘଟଣା ଘଟିଛି ।କୁହାଯାଉଛି ଯେ ଅଭିଯୁକ୍ତ ଗାଈର ଚାରି ଗୋଡ ଏବଂ ବେକକୁ ଦଉଡିରେ ବାନ୍ଧି ତା’ପରେ ବଳାତ୍କାର କରିଥିଲା। ଏହି ଗାଈ କୁ ସେଠାରେ ଛାଡି ପଳେଇ ଯାଇଥିଲେ। ଗାଈଟି ଇଶ୍ୱର ରାଓ ନାମକ ଜଣେ କୃଷକର ଥିଲା। ଗୁରୁବାର ସକାଳେ ନଡ଼ିଆ ବୃକ୍ଷରୋପଣ ସ୍ଥାନକୁ ଯାଇଥିବା ଇଶ୍ୱର ରାଓ ତାଙ୍କ ଗାଈର ମୃତଦେହ ଦେଖିଥିଲେ। ଏହାପରେ ସେ ୟାନାମ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ଧୂମପାନ ସାମଗ୍ରୀ ଜବତ କରିଥିଲା ।

ଏପରି ଘଟଣା ଯେପରି ଆଗକୁ ନହୁଏ ସେଥିପାଇଁ ସେ ପାଟ୍ରୋଲିଂ ବୃଦ୍ଧି କରିବାକୁ ପୋଲିସକୁ ନିବେଦନ କରିଛନ୍ତି। ପୁଡୁଚେରୀ ପ୍ରାଣୀ ଚିକିତ୍ସା ଅଧିକାରୀ କାଦିରସାନ୍ କହିଛନ୍ତି ଯେ ଗାଈର ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ହୋଇଥାଇପାରେ। ପଶୁଙ୍କ ଉପରେ ଯୌନ ନିର୍ଯାତନା ଆଇନ ଅନୁଯାୟୀ ଏକ ଗୁରୁତର ଅପରାଧ।ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.