fbpx

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ ମିଳିବ ଭୟାନକ ଦଣ୍ଡ, ଜାଣନ୍ତୁ କଣ ଏହି ‘କେମିକାଲ୍ କଷ୍ଟ୍ରେସନ୍’

ଇସଲାମାବାଦ୍: ପାକିସ୍ତାନର ସଂସଦ ଏପରି ଏକ ଆଇନ ପାସ୍ କରିଛନ୍ତି ଯାହା ଦ୍ୱାରା ଦୁଷ୍କର୍ମକାରୀଙ୍କୁ ନପୁଂସକ କରିବା ଦଣ୍ଡ ଦିଆଯାଇପାରିବ । ବୁଧବାର ଦିନ ପାସ୍ କରାଯାଇଥିବା ନୂଆ ଆଇନ୍ ମୁତାବକ, ପାକିସ୍ତାନରେ ଏବେ ବାରମ୍ବାର ଦୁଷ୍କର୍ମ ଓ ଯୌନ ଶୋଷଣ କରିବା ଅପରାଧରେ ଗିରଫ କରାଯାଇଥିବା ଅଭିଯୁକ୍ତଙ୍କୁ କେମିକାଲ କଷ୍ଟ୍ରେସନ୍ ଦଣ୍ଡ ଦିଆଯିବ । ସରକାର ୧ ବର୍ଷ ତଳେ ଏକ ବିଲ୍ ପାସ୍ କରିଥିଲେ । ଦଣ୍ଡ ପାଇଁ ଏକ ପ୍ରକ୍ରିୟା ରଖାଯାଇଛି ଯେଉଁଥିରେ ସରକାରୀ ଏଜେନ୍ସିଗୁଡିକୁ ଯୌନ ଶୋଷଣକାରୀ ଏବଂ ବଳାତ୍କାରର ରେକର୍ଡ ରଖିବାକୁ ପଡ଼ିବ । ତେବେ ମାନବାଧିକାର କର୍ମୀ ତଥା ଆଇନଜୀବୀମାନେ ଏହି ଦଣ୍ଡକୁ ଅମାନବୀୟ ବୋଲି କହିଛନ୍ତି। ଚାରିମାସ ମଧ୍ୟରେ କୋର୍ଟର ମାମଲାର ଶୁଣାଣି ଶେଷ କରିବାକୁ ପଡିବ।

ପାକିସ୍ତାନରେ ଲଗାତର ଭାବରେ ଦୁଷ୍କର୍ମ ଓ ଯୌନ ଶୋଷଣ ବଢ଼ିବାରେ ଲାଗିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କ ସହ ଏପରି ଘୃଣ୍ୟ ଅପରାଧ ଦେଶରେ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛିି । ତେଣୁ ସରକାର ଏହାର ଦଣ୍ଡକୁ କଡ଼ାକଡ଼ି କରିଛନ୍ତି । ତେବେ ପାକିସ୍ତାନରେ ଏହି ଅପରାଧ ପାଇଁ ଆଜୀବନ କାରଦଣ୍ଡ ଓ ମୃତ୍ୟୁଦଣ୍ଡର ସଜ୍ଜା ମଧ୍ୟ ରଖାଯାଇଛି । ହାଇୱେ ଉପରେ ଗୋଟିଏ ନୀରିହ ଶିଶୁ ସାମନାରେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ପରେ ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ପରେ ଏହି ଘଟଣାରେ ସାମିଲ ଥିବା ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ତେବେ କେମିକାଲ୍ କଷ୍ଟ୍ରେସନ୍ ବିଲ୍ ପାସ୍ କରି କୁହାଯାଇଛି ଯେ, ଏହା ଏକ ଏପରି ପ୍ରକ୍ରିୟା ଯାହାଦ୍ୱାରା ଦୁଷ୍କର୍ମକାରୀ ସାରା ଜୀବନ ପାଇଁ ଆଉ ସେକ୍ସ କରିପାରିବ ନାହିଁ । ଏଥିପାଇଁ ଅଦାଲତ ମେଡିସିନ୍ ବ୍ୟବହାର କରିବାକୁ ଆଦେଶ ଦେବ ଓ ଏହାକୁ ମେଡିକାଲ୍ ବୋର୍ଡ ମଞ୍ଜୁରୀ ଦେବ । କେମିକାଲ୍ କଷ୍ଟ୍ରେସନ୍ ରେ ଗୋଟିଲ ପୁରୁଷର ଯୌନ ଇଚ୍ଛାକୁ ହ୍ରାସ କରିବା ଓ ତାର ଟେଷ୍ଟୋଷ୍ଟେରନ୍ କମାଇ ଦିଆଯାଏ । ଏହା ପୁରୁଷର ସେକ୍ସ ହରମୋନ୍ ହୋଇଥାଏ । ୧୯୪୦ ଦଶକରୁ ଏହି ପ୍ରକାର କାଷ୍ଟ୍ରେସନ୍ ଯୌନ ଅପରାଧୀଙ୍କ ବିରୁଦ୍ଧରେ ଦଣ୍ଡ ଭାବରେ ବ୍ୟବହୃତ ହୋଇଆସୁଛି ।

Get real time updates directly on you device, subscribe now.