fbpx

(Video) Super Blue Moon: ଦୀର୍ଘଦିନ ପରେ ଆକାଶରେ ଦୃଶ୍ୟମାନ ହେଲା ଚନ୍ଦ୍ରର ଦୁର୍ଲ୍ଲଭ ଦୃଶ୍ୟ

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଆକାଶରେ ଏକ ଦୁର୍ଲ୍ଲଭ ସୁପର ବ୍ଲୁ ମୁନ ଦେଖିବାକୁ ମିଳିଛି । ଏଥିସହିତ ଏକ ନିଆରା ଓ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଘଟିଛି । ବିହାର, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ରାତି ଯେତେଯେତେ ବଢ଼ିବ, ଶନି ଗ୍ରହ ଚନ୍ଦ୍ରର ଚାରିପାଖରେ ଘୁରି ବୁଲୁଥିବା ପରି ଜଣାପଡ଼ିବ ବୋଲି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ପକ୍ଷରୁ କୁହାଯାଇଛି ।

ତେବେ ଏହି ସୁପର ବ୍ଲୁ ମୁନର ଦୃଶ୍ୟ ଅଗଷ୍ଟ ମାସ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ । ବିହାରର ପାଟନାରେ ସୁପର ମୁନର ଛବି ଦେଖିବାକୁ ମିଳିଛି । ଉକ୍ତ ଛବିରେ ଚନ୍ଦ୍ରର ଚମକ ଦେଖିବାକୁ ମିଳିଛି । ଏଥିସହିତ ଆଜି ଶନିଗ୍ରହକୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସୁପର ବ୍ଲୁ ମୁନକୁ ଦେଖିବାର ସବୁଠାରୁ ପ୍ରକୃଷ୍ଟ ସମୟ ଗୁରୁବାର ସକାଳ ବୋଲି କୁହାଯାଇଛି ।

ଏଥିସହିତ ଅଗଷ୍ଟ ୩୦ ତାରିଖ ରାତି ପାଖାପାଖି ୯.୩୦ ସମୟରେ ମଧ୍ୟ ଚନ୍ଦ୍ରର ଚମକଭରା ଚେହେରା ଦେଖିପାରିବେ । ଅଗଷ୍ଟ ୩୧ ତାରିଖ ସକାଳ ୭.୩୦ ସମୟରେ ଏହି ଦୃଶ୍ୟ ଚରମ ଅବସ୍ଥାରେ ରହିବ । ଏହା ପୂର୍ବରୁ ଚଳିତ ମାସ ୧ ତାରିଖରେ ଫୁଲ ମୁନର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ଆସନ୍ତା ୨୦୩୭ ମସିହା ପର୍ଯ୍ୟନ୍ତ ସୁପର ବ୍ଲୁ ମୁନକୁ ଦେଖିବାକୁ ମିଳିବ ନାହିଁ ବୋଲି ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟର ସଂସ୍ଥାପକଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.