ଆଉ ଜଣେ ତପସ୍ୱିନୀ: ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ରଶ୍ମିତା, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ମାମଲା ସାମାଧାନ ନହେଉଣୁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ୨ ଦିନ ହେବ ଜଣେ ମହିଳା ଶ୍ୱଶୁର ଘର ଆଗରେ ବସି ଧାରଣା ଦେଇଛନ୍ତି । ସ୍ୱାମୀଙ୍କୁ ଫେରିବାଇବା ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି ବୋହୂ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଧରାକୋର୍ଟ ଥାନା ଆନ୍ତର୍ଗତ ପୋଡ଼ାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି । ଧାରଣାରେ ବସିଥିବା ମହିଳାଙ୍କ ନାଁ ରଶ୍ମିତା ରାଉଳ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ନାଁ ଜିତେନ୍ଦ୍ର ।

ରଶ୍ମିତାଙ୍କ କହିବା ମୁତାବକ, ୨୦୧୪ ମସିହା ମେ ୫ ତାରିଖରେ ରୀତିନୀତି ସହ ପଡ଼ାପୁର ଗ୍ରାମକୁ ବିବାହ କରି ଆସିଥିଲେ । ବିବାହର ୨ / ୩ ଦିନ ପରେ ଯୌତୂକ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ଗତ ୭ ବର୍ଷ ଧରି ସେ ଶାନ୍ତ ଧାଇ ଯୌତୂକ ନିର୍ଯ୍ୟାତନା ସହି ଆସିଥିଲେ । ସ୍ୱାମୀ ଚାକିରିରୁ ଅବସର ନେବା ପରେ ଉଭୟ ଏକ ଭଡ଼ାଘରେ ରହିୁଥିଲେ । ସେହି ସମୟରେ ଶ୍ୱଶୁର, ଦିଅର ଓ ନଣନ୍ଦ ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ଅତ୍ୟଧିକ ଚାପ ପରେ ତାଙ୍କ ସ୍ୱାମୀ ଡରିିକି ଘରୁ ପଳାଇଥିଲେ ଓ ତାଙ୍କ ମୋବାଇଲ ମଧ୍ୟ ସ୍ୱିଇଚ୍ ଅଫ୍ କରିଦେଇଥିଲେ । ନ୍ୟାୟ ପାଇଁ ରଶ୍ମିତା ଥାନାରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିଲା । ଏବେ ସ୍ୱାମୀ ଛାଡ଼ପତ୍ର ପତ୍ର ପାଇଁ ଆବେଦନ କରିଥିବା ବେଳେ ରଶ୍ମିତା ନ୍ୟାୟ ପାଇବା ଆଶାରେ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ।