fbpx
BJD
BJD SKY
BJD SKY

ରତନ ଟାଟାଙ୍କ ବଡ ନିଷ୍ପତ୍ତି, କରୋନା ରୋଗୀଙ୍କୁ ଯୋଗାଇବେ ଅକ୍ସିଜେନ୍: ସେ।ସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ThisIsTata

BJD

ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଦେଶର ସ୍ୱାସ୍ଥ୍ୟବସ୍ଥାର ଗୁମର ଖୋଲିବାରେ ଲାଗିଛି । ଦେଶର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ତୁଳନାରେ ବେଡ୍ କମ ଥିବା ଜଣାପଡିଛି । ହସ୍ପିଟାଲରେ ଏବେ ଅକ୍ସିଜେନ୍ ସିଲିଣ୍ଡର କମ୍ ଥିବା ସବୁଠାରୁ ବଡ୍ ସମସ୍ୟା ହୋଇଛି । ଏହି ଅକ୍ସିଜେନର ସମସ୍ୟା ଦୂର କରିବା ପାଇଁ ଦେଶର ଉଦ୍ୟୋଗପତି ରତନ ଟାଟା ସାହାଯ୍ୟର ହାତ ବଢାଇଛନ୍ତି । ରତନ ଟାଟାଙ୍କ ଏଭଳି ନିଷ୍ପତ୍ତି ନିଆଯିବା ପରେ ଟ୍ୱିଟରେ #ThisIsTata ଏହା ଟ୍ରେଣ୍ଡ କରିବାରେ ଲାଗିଛି । ତାଙ୍କର ଉଦାରତା ପୁଣି ଥରେ ଲୋକମାନଙ୍କର ମନ କିଣି ନେଇଛି । #ThisIsTata  ଟ୍ୱିଟରେ ଖୁବ୍ ଟ୍ରେଣ୍ଡ କରୁଛି । ସୂଚନା ଅୁସାରେ ଅକ୍ସିଜେନର ଅଭାବ କମ୍ କରିବା ଲାଗି ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବା ପାଇଁ ରତନ ଟାଟା ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଟାଟା ଗ୍ରୁପ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟୁରୁ ଲେଖା ହୋଇଛି ଯେ , ଭାରତର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ପ୍ରଶଂସନୀୟ । ଟାଟା ଗ୍ରୁପ କୋଭିଡ୍ -୧୯ ବିରୋଧରେ ଲଢେଇକୁ ଆହୁରି ଦୃଢ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛି । ଅକ୍ସିଜେନ୍ ସମସ୍ୟା ଦୂର କରିବା, ସ୍ୱାସ୍ଥ୍ୟ ପାଇଁ ମୌଳିକ ଭିତ୍ତିଭୂମୀକୁ ପ୍ରୋତ୍ସହନ ଦେବାକୁ ଚେଷ୍ଟ ମଧ୍ୟ ଜାରି ରଖିଛୁ । ସେହିପରି ଆଉ ଏକ ଟ୍ୱିଟ୍ କରି କମ୍ପାନୀ ଲେଖିଛି କି, ଟାଟା ଗ୍ରୁପ ତରଳ ଅକ୍ସିଜେନ୍ ପାଇଁ ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବା ପାଇଁ ଯାଉଛି ।

Get real time updates directly on you device, subscribe now.