fbpx

୨୪ରୁ ୩୦ ଏପ୍ରିଲ ଯାଏଁ ଭାରତ-ବ୍ରିଟେନ ବିମାନ ଉଡାଣ ରଦ୍ଦ କଲା ଏୟାର ଇଣ୍ଡିଆ

ନୂଆ ଦିଲ୍ଳୀ,୨୧/୦୪: ବ୍ରିଟେନ ତରଫରୁ ଲଗାଯାଇଥିବା ସଦ୍ୟତମ ପ୍ରତିବନ୍ଧକ ପରେ ଏୟାର ଇଣ୍ଡିଆ ବ୍ରିଟେନକୁ ଏହାର ବିମାନ ଉଡାଣ ବନ୍ଦ କରିଛି । କଂପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଏପ୍ରିଲ ୨୪ ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଉଡାଣ ରଦ୍ଦ କରାଯାଇଛି । କଂପାନୀ ବୁଧବାର ଏହି ସୂଚନା ଦେଇଛି । ତଥାପି କଂପାନୀ କହିଛି ଏହାରି ମଧ୍ୟରେ ସପ୍ତାହରେ ଥରେ ବିମାନ ଉଡାଣ ନେଇ ପ୍ରକ୍ରିିୟା ଚାଲିଛି । କଂପାନୀ ସୋସିଆଲ ମିଡିଆ ମାଧ୍ୟମରେ ଏ ସମ୍ବନ୍ଧରେ ଆଗକୁ ସୂଚନା ଦେବ ।

ଏୟାର ଇଣ୍ଡିଆ ବ୍ରିଟେନ ଏବଂ ଭାରତ ମଧ୍ୟରେ ଏପ୍ରିଲ ୨୪ରୁ ୩୦ ମଧ୍ୟରେ ହେବାକୁ ଥିବା ସମସ୍ତ ଉଡାଣକୁ ବାତିଲ କରିଛି । ତେବେ ନୂତନ ଉଡାଣ ସମୟ ଏବଂ ରିଫଣ୍ଡକୁ ନେଇ କଂପାନୀ ଶୀଘ୍ର ସୂଚନା ଦେବ । ଖବର ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ଏୟାର ଇଣ୍ଡିଆ କହିଛି ମୁମ୍ବାଇ ଏବଂ ଦିଲ୍ଲୀରୁ ସପ୍ତାହକୁ ଥରେ ବିମାନ ଉଡାଣ ନେଇ ଏୟାର ଇଣ୍ଡିଆ ପ୍ରସ୍ତୁତିରେ ରହିଛି । ସଂସ୍ଥା ତରୁଫରୁ ମିଳିଥିବା ସୂଚନା ଅନୁଯାୟୀ ଏ ସଂପର୍କରେ ଆଗାମୀ ସମୟରେ ୱେବସାଇଟ ଏବଂ ସୋସିଆଲ ମିଡିଆରେ ସୂଚନା ଦିଆଯିବ ।

କଂପାନୀ କହିଥିଲା କି ଯେଉଁମାନେ ବ୍ରିଟେନ ଯିବାକୁ ଚାହୁଁଛନ୍ତି କିମ୍ବା ଯେଉଁମାନେ ବ୍ରିଟେନରୁ ଫେରିବାକୁ ଚହୁଁଛନ୍ତି ସେମାନେ ଧ୍ୟାନ ଦିଅନ୍ତୁ ଯେ, ବ୍ରିଟେନରେ ନିକଟରେ ବିମାନ ଯାତ୍ର ଉପରେ ଲଗାଯାଇଥିବା କଟକଣା ଯୋଗୁଁ ଏୟାର ଇଣ୍ଡିଆ ଏହାର ସମସ୍ତ ବିମାନକୁ ୨୪ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ରଦ୍ଦ କରୁଛି । ରିଫଣ୍ଡ ଏବଂ ନୂତନ ବିମାନ ଉଡାଣ ସମୟ ଖୁବଶୀଘ୍ର ଘୋଷଣା କରାଯିବ ।

Get real time updates directly on you device, subscribe now.