fbpx

ଦମ୍ ଦେଖାଇଲେ ୧୦ ବର୍ଷର ବାଳିକା: ୬୫ କେଜି ଓଜନ ଉଠାଇ ସୃଷ୍ଟି କଲେ ବିଶ୍ୱ ରେକର୍ଡ

ଏ ଦୁନିଆଁରେ କଠୋର ପରିଶ୍ରମ କରି ଅନେକ ଲୋକ ସଫଳତା ହାସଲ କରିଥିବା କଥା ଆମେମାନେ ଜାଣିଛେ । ମାତ୍ର କମ୍ ବୟସରେ ସଫଳତା ହାସଲ କରିବା କଦାପି ମାମୁଲି କଥା ନୁହେଁ । ସ୍ୱିଡେନର ଜଣେ ୧୦ ବର୍ଷର ବାଳିକା ଇନ୍ଦ୍ରା ଲୁଂକ୍ୱିଷ୍ଟା ୬୫ କେଜି ଓଜନର ଭାର ଉଠାଇ ବିଶ୍ୱ ରେକର୍ଡ କରିଛନ୍ତି । ୬୫ କେଜିର ଭାରୋତ୍ତଳନ କରି ଏହି ବାଳିକା ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ତେବେ ବିଶ୍ୱର ସବୁଠାରୁ ମଜବୁତ ବାଳିକା ହେବା ତାଙ୍କର ଲକ୍ଷ୍ୟ ବୋଲି ଇନ୍ଦ୍ରା ପ୍ରକାଶ କରିଛନ୍ତି ।

ଇନ୍ଦ୍ରାଙ୍କୁ ଏହି ଭାରୋତ୍ତଳନ ନେଇ ଟ୍ରେନିଂ ତାଙ୍କର ପିତା ଦେଇଥାନ୍ତି । ଇନ୍ଦ୍ରା ସାତ ବର୍ଷର ହୋଇଥିବା ସମୟରେ ତାଙ୍କର ପିତା ତାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ତାଙ୍କର ପିତା ମଧ୍ୟ ଜଣେ ଭାରୋତ୍ତାଳନକାରୀ ହୋଇଥିବାରୁ ସେ ନିଜର କନ୍ୟାକୁ ଠିକ ଭାବେ ପ୍ରଶିକ୍ଷଣ ଦେଇପାରିଥିଲେ । ଯାହାର ଫଳସ୍ୱରୂପ ଇନ୍ଦ୍ରା ଆଜି ନିଜର ନାମକୁ ବିଶ୍ୱ ରେକର୍ଡ ବୁକରେ ସାମିଲ କରିପାରିଛନ୍ତି ।

Get real time updates directly on you device, subscribe now.