fbpx

କରୋନା ନୂତନ ଭ୍ୟାରିଏଣ୍ଟ ସହ ଲଢ଼ିବାରେ କୋଭାକ୍ସିନ୍ ବେଶି ସମର୍ଥ: ଆଇସିଏମଆର୍

ନୂଆଦିଲ୍ଲୀ, ୨୧/୦୪ : କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ କେନ୍ଦ୍ର ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦେଶରେ ବର୍ତ୍ତମାନ ଟିକାକରଣ ଅଭିଯାନ ଜୋରଦାର ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କୋଭିଡ୍ ଟିକାକୁ ନେଇ ଆଇସିଏମଆର୍ ଗୋଟିଏ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନାର ନୁଆ ଭ୍ୟାରିଏଣ୍ଟ ବିରୋଧରେ କୋଭାକ୍ସିନ୍ ଟିକା ଅଧିକ ସାମର୍ଥ୍ୟ । ଏଥିସହିତ ଭାଇରସ୍ ରେ ଥିବା ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ କୋଭାକ୍ସିନ୍ ଟିକା ଅଧିକ ଫଳପ୍ରଦ ଏବଂ ବ୍ରିଟେନ୍ ଷ୍ଟ୍ରେନ୍ ଏବଂ ବ୍ରାଜିଲ୍ ଷ୍ଟ୍ରେନ୍ ନଷ୍ଟ କରିବାରେ ମଧ୍ୟ ଏହି ଟିକା ସମର୍ଥ ବୋଲି ମଧ୍ୟ ଆଇସିଏମଆର୍ କହିଛି ।

ଆଇସିଏମଆର୍ ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ଟିକା ଅଧିକ ସମର୍ଥ ବୋଲି ଜଣାପଡିଛି । ଏବେ ଭାରତରେ ଦୁଇଟି ଟିକା ଦିଆଯାଉଛି । ସେଗୁଡିକ ହେଲା; କୋଭାକ୍ସିନ୍ ଏବଂ କୋଭିସିଲଡ୍ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଦେଶରେ ଟିକା ନେଉଛନ୍ତି ।

Get real time updates directly on you device, subscribe now.