fbpx

ଘର ମୁହାଁ ପ୍ରବାସୀଙ୍କୁ ରୋକିବା ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା, ମିଳିବ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । କରୋନା ସଂକ୍ରମଣର ମାତ୍ରା ଅଧିକ ହେଉଥିବାରୁ ଦେଶରେ ଲକଡାଉନର ସମ୍ଭାବନା ନେଇ ଘର ମୁହାଁ ହେଉଛନ୍ତି ପ୍ରବାସୀ । ଯାହା ଫଳରେ ସଂକ୍ରମଣ ଅଧିକ ବଢିବାର ଆଶଙ୍କା କରାଯାଉଛି । ଏନେଇ ଦିଲ୍ଲୀ ସରକାର ପ୍ରବାସୀ ମାନଙ୍କୁ ଘର ମୁହାଁ ନହେବା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଲାକଡାଉନ୍ ସମୟରେ ପ୍ରବାସୀଙ୍କ ରହିବା ଏବଂ ଖଦ୍ୟେପେୟ ଖର୍ଚ୍ଚ ଉଠାଇବାକୁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି । ଲକଡାଉନ ବେଳେ ଶ୍ରମିକଙ୍କୁ ୫-୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଉଚ୍ଚନ୍ୟାୟାଳୟରେ ଦିଲ୍ଲୀ ସରକାର କହିଛନ୍ତି ।

ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଏନେଇ ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟ ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟରେ ଦିଲ୍ଲୀ ସରକାର କହିଛନ୍ତି ଯେ ଶ୍ରମିକଙ୍କ ସମସ୍ତ ପ୍ରକାରର ସୁବିଧା ପାଇଁ ଏକ କମିଟି ଗଠନ କରାଯାଇଛି। ଏହା ସହ ସେମାନଙ୍କୁ କର୍ମକ୍ଷେତ୍ରରେ କିଭଳି ଖାଦ୍ୟ ଦିଆଯାଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।ତେବେ ରିପୋର୍ଟ ଅନୁସାରେ ଗତ ବର୍ଷ ୨୦୨୦ରେ ପଞ୍ଜିକୃତ ହୋଇଥିବା ଶ୍ରମିକଙ୍କ ସଂଖ୍ୟା ୫୫ ହଜାର ଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୭୧ ହଜାର ୮୬୧ରେ ପହଞ୍ଚିଛି।

Get real time updates directly on you device, subscribe now.