fbpx

ଦେଶରେ ବଢିଲା ଏଲପିଜି ଗ୍ୟାସ ମୂଲ୍ୟ, ମାସର ପ୍ରଥମ ଦିନ ଲୋକଙ୍କୁ ଦେଲା ଝଟକା, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ତେଲ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ । ଆଜି ଅର୍ଥାର ସେପ୍ଟେମ୍ବର ୧ରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ୩୯ ଟଙ୍କା ହେଲା ମହଙ୍ଗା । ଦିଲ୍ଲୀରେ ନୂଆ ଦର ୧୬୯୧.୫୦ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ ଦର ୧୬୪୪ ଟଙ୍କା ହୋଇଛି । ତେବେ ଘରୋଇ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଜୁଲାଇ ୧ ତାରିଖରେ ବ୍ୟବସାୟ ଏବଂ ବାଣିଜ୍ୟିକ ଉଦ୍ୟୋଗଗୁଡିକକୁ ଆଶ୍ୱସ୍ତି ଦେବା ଲାଗି ତେଲ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବା ନେଇ ଘୋଷଣା କରିଥିଲା । ୧ ଜୁଲାଇରେ୧୯ କେଜିର କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୩୦ ଟଙ୍କା ହ୍ରାସ କରାଯାଇଥିଲା । ଏହାପରେ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ ୧୬୪୬ ଟଙ୍କା ହୋଇଯାଇଥିଲା । ସେହିପରି ୧ ଜୁନରେ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୬୯.୫୦ ଟଙ୍କା ହ୍ରାସ ପାଇଥିଲା, ଯେଉଁଥିରେ ଖୁଚୁରା ବିକ୍ରି ମୂଲ୍ୟ ୧୬୭୬ ଟଙ୍କା ହୋଇଥିଲା । ଏହା ବ୍ୟତୀତ ୧ ମେ ୨୦୨୪ରେ ପ୍ରତି ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା ।

Get real time updates directly on you device, subscribe now.