fbpx
BJD
BJD SKY
BJD SKY

ଆଜି ହେବ ରଥକାଠ ଅନୁକୂଳ

BJD

ପୁରୀ, ୧୬ା୨ (ଓଡିଶା ଭାସ୍କର): ଆଜି ପବିତ୍ର ଶ୍ରୀ ବସନ୍ତ ପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ କରାଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜା କରାଯିବ । ଏହି ତିନି ରଥକାଠକୁ ବ୍ୟାରିକେଡ୍ କରାଯାଇ ଅଲଗା ସ୍ଥାନରେ ରଖାଯାଇଛି । ଆସନ୍ତା ବୁଧବାର ଦିନ ରାଜନଅର ପକ୍ଷରୁ ରାଜଗୁରୁଙ୍କ ସହ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜା କାର୍ଯ୍ୟ ସମ୍ପାଦନ କରିବେ । ତିନି ରଥ ପାଇଁ ୧୨ ଫୁଟ ବିଶିଷ୍ଟ ଧଉରା କାଠକୁ ରଥଖଳାରେ ପୂଜାର୍ଚ୍ଚନା କରାଯିବ । ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.