fbpx
BJD
BJD SKY
BJD SKY

ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା; ସିଂହଧ୍ୱଜରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ

BJD

ଯାଜପୁର: (ଓଡ଼ିଶା ଭାସ୍କର) ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ ଶ୍ରଦ୍ଧାଳୁ । ଗଡ଼ୁଛି ବିଜୟା ରଥ,ଅସତ୍ୟ ଉପରେ ହେବ ସତ୍ୟର ବିଜୟ । ମନ୍ଦିରରୁ ବାହାରି ସିଂହଧ୍ୱଜ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଯାଜପୁରର ପ୍ରସିଦ୍ଧ ବିରଜା ରଥଯାତ୍ରା । ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ । ପ୍ରତିପଦା ଠାରୁ ଆରମ୍ଭ ହୋଇଛି ମାଆଙ୍କ ନବଦିନାତ୍ମକ ରଥଯାତ୍ରା । ମହାନବମୀ ଯାଏଁ ପ୍ରତିଦିନ ରଥାରୁଢ ହୋଇ ମାଆ ବେଢା ପରିକ୍ରମା କରିବେ । ଲାଖବିନ୍ଧା ପର୍ବରେ ମହିଷାସୁର ବଧ କରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ମାଆ । ସୁନିଆ ତିଥିରେ ବିଲ୍ୱବରଣ ପରେ ବେଲ ଗଛ କଟାଯିବା ପରେ ଆରମ୍ଭ ହୋଇଥିଲା ରଥକାମ । ୫୫ଫୁଟ ଉଚ୍ଚ ସିଂହଧ୍ୱଜ ରଥରେ ୧୨ଗୋଟି ଚକ ଥିବା ବେଳେ ମୋଟ ୮୯୮ ଖଣ୍ଡ ଲାଗିଛି । ଭାରତ ବର୍ଷର କୌଣସି ଶକ୍ତିପୀଠରେ ରଥଯାତ୍ରା ଅନୁଷ୍ଠିତ ହେଉନଥିବା ବେଳେ ଏକମାତ୍ର ଶକ୍ତିପୀଠ ଭାବେ ମାଆ ବିରଜାଙ୍କ ଯାତ୍ରା ଅନନ୍ୟ।

Get real time updates directly on you device, subscribe now.