fbpx

ଆଜି ତିନି ରଥର ଦକ୍ଷିଣ ମୋଡ଼, ଶ୍ରୀବିଗ୍ରହଙ୍କ ଆଜ୍ଞାମାଳକୁ ଅପେକ୍ଷା

ପୁରୀ,(ଓଡ଼ିଶା ଭାସ୍କର): ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନରଥକୁ ଦକ୍ଷିଣ ମୋଡ଼ କରାଯିବା ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବ ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ଆସିଲା ପରେ ରଥଟଣା ଆରମ୍ଭ ହେବ ।

ସୂଚନା ମୁତାବିକ, ଗତକାଲି ହେରାପଞ୍ଚମୀରୁ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କୁ ଠାକୁରଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ରଥତିନିକୁ ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଆଜି ଅପରାହ୍ନ  ୧୨ଟା୩୦ରେ ରଥକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ହେବ ।  ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣିବେ । ଆଜ୍ଞାମାଳ ଲାଗି ହେବା ପରେ ତିନିରଥରେ ଦଉଡ଼ି ସଂଯୋଗ ହୋଇ ରଥ ଟଣା ଆରମ୍ଭ ହେବ । ପ୍ରଥମେ ଦର୍ପଦଳନ ରଥ ଟଣା ହେବ । ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯିବାର ପରମ୍ପରା ରହିଛି। ।ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ତିନି ରଥ ଦଣ୍ଡାୟମାନ ହେବ।

Get real time updates directly on you device, subscribe now.