fbpx

ଆଗାମୀ ୧୦୦ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ଅମାନିଆ ହେଲେ ମାଡ଼ି ଆସିବ ସଙ୍କଟ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  କରୋନା ଭୂତାଣୁ ପ୍ରସଙ୍ଗରେ ସତର୍କ ରହିବାକୁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୦୦ରୁ ୧୨୫ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କିଛିଦିନ ହେବ ଦୈନିକ ସଂକ୍ରମଣ ଯେଉଁ ହାରରେ କମୁଥିଲା ତାହା ଆଉ ଦେଖା ଯାଉ ନାହିଁ । ଏହାକୁ କରୋନାର ତୃତୀୟ ଲହର ଆସୁଥିବାର ସଙ୍କେତ ଭାବେ ଅନୁମାନ କରାଯାଇ ପାରିବ । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍‌ ଅଗ୍ରୱାଲ୍‌ ଓ ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍‌ ।

ନୀତି ଆୟୋଗ ସଦସ୍ୟ ଶ୍ରୀ ପଲ୍‌ କହିଛନ୍ତି, କରୋନାର ତୃତୀୟ ଲହର କଥା ଏଥିପାଇଁ କୁହାଯାଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ହାର୍ଡ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍‌ ଅଗ୍ରୱାଲ୍‌ ଓ ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍‌ ଇମ୍ୟୁନିଟି ସ୍ଥରରେ ପହଞ୍ଚି ନାହିଁ । ସଂକ୍ରମଣର ମାତ୍ରା ବୃଦ୍ଧି ପାଇପାରେ । ତେଣୁ ସ୍ଥିତି ଖରାପ ନହେବା ପାଇଁ ଆମକୁ କୋଭିଡ କଟକଣାକୁ କଡାକଡିଭାବେ ପାଳନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଆକଳନ ଆଧାରରେ ଏବେ ବିଶ୍ୱରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଗୋଟିଏ ସପ୍ତାହ ମଧ୍ୟରେ ସ୍ପେନ୍‌ରେ ୬୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନେଦରଲାଣ୍ଡ୍‌ରେ କରୋନା ସଂକ୍ରମଣ ମାମଲା ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ଡବ୍ଲ୍ୟୁଏଚ୍‌ଓର ଚେତାବନୀ ସାରା ବିଶ୍ୱ ପାଇଁ ଉଦ୍ଧିଷ୍ଟ ଥିବାରୁ ତାହାକୁ ଆଖି ଆଗରେ ରଖି ଆମକୁ ସତର୍କ ହେବା ସହ ଆବଶ୍ୟକ ଉପାୟ ଆପଣାଇବାକୁ ପଡ଼ିବ ବୋଲିସେ କହିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍‌ ଅଗ୍ରୱାଲ୍‌ କହିଛନ୍ତି ଯେ ଦେଶରେ କରୋନା ସଂକ୍ରମଣ ଦୈନିକ ୪୦ ହଜାର ତଳକୁ ଖସି ଆସିଛି । କିନ୍ତୁ କେତେକ ଅଞ୍ଚଳରେ କରୋନା ସଂକ୍ରମଣ ମାତ୍ରା ଚିନ୍ତାର ବିଷୟ ପାଲଟିଛି । ୭୩ ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଊଦ୍ଧ୍ୱର୍ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ମ୍ୟାନ୍‌ମାର, ଇଣ୍ଡୋନେସିଆ, ବାଂଲାଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ବିଚାରକୁ ନେଇ ଆମକୁ କୋଭିଡ୍‌ ପ୍ରୋଟକଲ୍‌ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଟିକାକରଣ ଯୋଗୁଁ କରୋନା ସଂକ୍ରମିତ ଗୁରୁତର ହେବା ଘଟଣା ହ୍ରାସ ପାଉଛି ।

ଟିକା ନେବା ପରେ ହସ୍ପିଟାଲ ଯିବା ଘଟଣା ୭୭ ପ୍ରତିଶତ ହ୍ରାସ ପାଉଛି ବୋଲି ସେ କହିଛନ୍ତି । ସେହିପରି ଟିକା ନେବା ପରେ ଅକ୍ସିଜେନ୍‌ର ଆବଶ୍ୟକତା ୯୫ ପ୍ରତିଶତ କମ୍‌ ହେଉଥିବା ଏବଂ ଆଇସିୟୁକୁ ଯିବା ଘଟଣା ୯୪ ପ୍ରତିଶତ କମୁଥିବା ଅଧ୍ୟୟନରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.