ଭକ୍ତକବି ସାଲବେଗ ଓ ରଥଯାତ୍ରା: ଜାଣନ୍ତୁ ସେ ଏପରି କ’ଣ କରିଥିଲେ ଯେଉଁଥିରେ ବଡ଼ ଦାଣ୍ଡରେ ଅଟକି ଯାଇଥିଲା ରଥ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କର ଅନେକ ଭକ୍ତ ଅଛନ୍ତି ହେଲେ ସେଥି ମଧ୍ୟରୁ ଭକ୍ତକବି ସାଲବେଗ ହେଉଛନ୍ତି ଅନ୍ୟତମ । ସେ ଭଗବାନଙ୍କୁ ଏପରି ଭକ୍ତିର ସହ ଡାକିଥିଲେ ଯେଉଁଥିରେ ପ୍ରଭୁଙ୍କର ରଥ ବଡଦାଣ୍ଡରେ କିଛି ସମୟ ପାଇଁ ଅଟକି ଯାଇଥିଲା । ତେବେ ଆସନ୍ତୁ ଜାଣିବା ସାଲବେଗ କିଏ ଏବଂ ସେ କିପରି ଶ୍ରୀଜିଉଙ୍କୁ କିପରି ଭକ୍ତି କରୁଥିଲେ ।

କିମ୍ବଦନ୍ତୀ ଅନୁଯାୟୀ, ସାଲବେଗଙ୍କ ବାପା ଲାଲବେଗ ଥିଲେ ଜଣେ ମୋଗଲ ଯୋଦ୍ଧା । ପୁରୀ ଯିବା ସମୟରେ ସେ ଜଣେ ସୁଜାତା ନାମକ ବ୍ରାହ୍ମଣୀଙ୍କୁ ଦାଣ୍ଡମୁକୁନ୍ଦ ପୁରରୁ ଜୋରଜବରଦସ୍ତ ଅପହରଣ କରି ବିବାହ କରିଥିଲେ । ତାଙ୍କ ଔରଷରୁ ଜନ୍ମ ନେଇଥିଲେ ସାଲବେଗ । ସାଲବେଗ ତାଙ୍କ ବାପାଙ୍କ ପରି ମଧ୍ୟ ଥିଲେ ଜଣେ ଯୋଦ୍ଧା । ଯୁଦ୍ଧ ସମୟରେ ସେ କ୍ଷତାକ୍ତ ହୋଇଥିଲେ । ସେତିକି ବେଳେ ତାଙ୍କ ମାଆ ଜଗନ୍ନାଥଙ୍କ ଶରଣାପନ୍ନ ହେବାକୁ କହିଥିଲେ । ସବୁଠାରୁ ବଡ କଥା ହେଉଛି ସାଲବେଗ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ସେ ପ୍ରତିମୁହୁର୍ତ୍ତରେ ଜଗନ୍ନାଥଙ୍କୁ ସ୍ମରଣ କରି ନାମ-କୀର୍ତ୍ତନରେ ସମୟ ବିତାଉଥିଲେ ।

ସାଲବେଗଙ୍କ ଲେଖନୀରୁ ଜଗନ୍ନାଥଙ୍କ ପାଇଁ ଝରିପଡିଛି ଅନେକ କାଳଜୟୀ ଭଜନ । ହେଲେ ସେ ମୁସଲମାନ ହୋଇଥିବାରୁ ଶ୍ରୀ ମନ୍ଦିରରେ ପ୍ରବେଶ କରିପାରୁନଥିଲେ । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ଥିବା ସାଲବେଗଙ୍କ ଏକମାତ୍ର ଇଚ୍ଛା । ୭୫୦କୋଷ ଦୁôରରୁ ରଥଯାତ୍ରା ଦିନ ପାଦ ରେ ଚାଲିଚାଲି ଆସିଥିଲେ । ତେବେ ସାଲବେଗ ବାଟରେ ଅସୁସ୍ଥ ହୋଇ ପଡି ଜଗନ୍ନାଥଙ୍କୁ ଡାକିଥିଲେ । ତାଙ୍କର ଭକ୍ତି ଏବଂ ପ୍ରାର୍ଥନା ଯୋଗୁଁ ବଳଗଣ୍ଡି ଛକ ପାଖେ ଅଟକି ଯାଇଥିଲା ମହାପ୍ରଭୁଙ୍କ ରଥ ଏବଂ ସାଲଗେଗ ଦର୍ଶନ କରିବା ପରେ ହିଁ ରଥ ଗଡିଥିଲା ।
ଜଗନ୍ନାଥଙ୍କର ଏହି ପରମ ଭକ୍ତଙ୍କ ସମାଧି ବଳଗଣ୍ଡିଠାରେ ନିର୍ମାଣ କରାଯାଇଛି । ପ୍ରତିବର୍ଷ ରଥଯାତ୍ରା ଦିନ ଏହିଠାରେ ନନ୍ଦିଘୋଷ ରଥ କିଛି ସମୟ ପାଇଁ ଅଟକି ରହେ ।